୪ ବିଲିୟନ୍‌ ଡଲାର୍‌ ମୂଲ୍ୟର ୧୯.୫ ମିଲିୟନ୍‌ ‘ଟେଲ୍‌ସା ସେୟାର୍‌’ ବିକିଦେଲେ ଏଲନ୍‌ ମସ୍କ୍‌: ରିପୋର୍ଟ

Advertisment
୪ ବିଲିୟନ୍‌ ଡଲାର୍‌ ମୂଲ୍ୟର ୧୯.୫ ମିଲିୟନ୍‌ ‘ଟେଲ୍‌ସା ସେୟାର୍‌’ ବିକିଦେଲେ ଏଲନ୍‌ ମସ୍କ୍‌: ରିପୋର୍ଟ

Image Courtesy of India Today

ୱାସିଂଟନ୍‌: ‘ଟେଲ୍‌ସା’ର ‘ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌’ ତଥା ‘ଟ୍ବିଟର୍‌’ର ନୂଆ ମାଲିକ ଏଲନ୍‌ ମସ୍କ୍‌ ପ୍ରାୟ ୪ ବିଲିୟନ୍‌ ଡଲାର୍‌ ମୂଲ୍ୟର ୧୯.୫ ମିଲିୟନ୍‌ ‘ଟେଲ୍‌ସା ସେୟାର୍‌’ ବିକ୍ରୟ କରିଥିବା କଥା ମଙ୍ଗଳବାର ଦିନ ‘ୟୁଏସ୍‌ ସିକ୍ୟୁରିଟିଜ୍‌ ଫାଇଲିଙ୍ଗ୍‌ସ୍‌’ରୁ ଜଣାପଡ଼ିଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ଉକ୍ତ ସେୟାର୍‌ଗୁଡ଼ିକର ସଠିକ ଦର ୩.୯୫ ବିଲିୟନ୍‌ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ମସ୍କ୍‌ ‘ଟେଲ୍‌ସା ଷ୍ଟକ୍‌’ର ସମୁଦାୟ ମୂଲ୍ୟର ପ୍ରାୟ ୨୦ ବିଲିୟନ୍‌ ଡଲାର୍‌ ବିକ୍ରୟ କରି ସାରିଲେଣି। ଗତ ଏପ୍ରିଲ୍‌ ଓ ମେ ମାସରେ ସମୁଦାୟ ୧୫.୪ ବିଲିୟନ୍‌ ‘ଟେଲ୍‌ସା ସେୟାର୍‌’ ବିକ୍ରୟ କରିବା ପରେ ଏଲନ୍‌ ମସ୍କ୍‌ କହିଥିଲେ ଯେ, ଆଉ ସେୟାର୍‌ ବିକ୍ରୟ କରିବାର ଯୋଜନା ନାହିଁ।

ସଦ୍ୟତମ ରିପୋର୍ଟ ଅନୁସାରେ, ମଙ୍ଗଳବାର ଦିନ ‘ଟେଲ୍‌ସା ସେୟାର୍‌’ କମ୍‌ବେଶୀ ହେବାଦ୍ବାରା ମସ୍କ୍‌ଙ୍କର ‘ନିଟ୍‌ ମୂଲ୍ୟ’ ୨୦୦ ବିଲିୟନ୍‌ ଡଲାର୍‌ ତଳକୁ ଖସିଆସିଛି। ‘ଫୋର୍ବସ୍‌’ ରିପୋର୍ଟ ଅନୁସାରେ, ଏବେ ତାଙ୍କ ‘ନିଟ୍‌ ମୂଲ୍ୟ’ ୧୯୪.୮ ଡଲାର୍‌ ରହିଛି।

publive-image Image Courtesy of NDTV

ଉଲ୍ଲେଖଯୋଗ୍ୟ, ଗତମାସରେ ‘ଟୁଇଟର୍‌’ ଖରିଦ କରିବା ପରେ ମସ୍କ୍‌ କର୍ମଚାରୀଙ୍କ ସଂଖ୍ୟା ଅଧାକୁ ହ୍ରାସ କରିବା ଓ ‘ବ୍ଲୁ ଚେକ୍‌ ଭେରିଫିକେସନ୍ ମାର୍କ’ ପାଇଁ ଦେୟ ଲାଗୁ କରିବା ଭଳି କଠୋର ପଦକ୍ଷେପ ସବୁ ଗ୍ରହଣ କରୁଛନ୍ତି।

ରକେଟ୍‌ କମ୍ପାନି ‘ସ୍ପେସ୍‌-ଏକ୍ସ’ର ମାଲିକ ବିଶ୍ବର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ଏଲନ୍‌ ମସ୍କ୍‌ଙ୍କ ସମ୍ପତ୍ତିର ମୂଲ୍ୟ ଏବେ ବିଶ୍ବର ଦ୍ବିତୀୟ ବିତ୍ତଶାଳୀ ବ୍ୟକ୍ତି ତଥା ‘ଏଲ୍‌ଭିଏମ୍‌ଏଚ୍‌’ର ମାଲିକ ବର୍ଣ୍ଣାଡ୍‌ ଆର୍ଣ୍ଣଲ୍‌ଟ୍‌ଙ୍କ ସମ୍ପତ୍ତିଠାରୁ ପ୍ରାୟ ୪୦ ବିଲିୟନ୍‌ ଡଲାର୍‌ ଅଧିକ ଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe