ଧନୀ ତାଲିକାରେ ପୁଣି ତଳକୁ ଖସିଲେ ଗୌତମ ଆଦାନୀ

Advertisment
ଧନୀ ତାଲିକାରେ ପୁଣି ତଳକୁ ଖସିଲେ ଗୌତମ ଆଦାନୀ

ମୁମ୍ବାଇ : ଫ୍ରାନ୍ସର ବର୍ନାଡ ଆରନଲ୍ଟଙ୍କୁ ଟପି ପୁଣି ବିଶ୍ବର ନଂ୧ ଧନୀ ହୋଇଛନ୍ତି ଏଲନ୍ ମସ୍କ୍ । ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୯୨ ବିଲିୟନ ଡଲାର ରହିଥିବାବେ​ଳେ ଆରନଲ୍ଟଙ୍କ ମୋଟ ସମ୍ପତ୍ତିର ପରିମାଣ ୧୮୭ ବିଲିୟନ ଡଲାର ରହିଥିବା ବ୍ଲୁମ୍ବର୍ଗ ବିଲିୟନର ଇଣ୍ଡେକ୍ସରୁ ଜଣାପଡ଼ିଛି । ତେବେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି କମିବା ସହ ସେ ତଳକୁ ଖସିଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣ ୩୧୦ ନିୟୁତ ଡଲାର କମିଯାଇଛି ।

ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି ଆମାଜନର ପ୍ରତିଷ୍ଠାତା ଜେଫ ବୋଜୋସ ଓ ୪ର୍ଥ ସ୍ଥାନରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ । ବେଜୋସଙ୍କ ମୋଟ ସମ୍ପତ୍ତିର ପରିମାଣ ୧୪୪ ବିଲିୟନ ଡଲାର ରହିଥିବାବେ​ଳେ ଆରନଲ୍ଟଙ୍କ ମୋଟ ସମ୍ପତ୍ତିର ପରିମାଣ ୧୨୫ ବିଲିୟନ ଡଲାର ରହିଛି ।

ବର୍ତ୍ତମାନ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ତାଙ୍କ ସମ୍ପତ୍ତି ୮୪.୭ ବିଲିୟନ ଡଲାର ବା ୬.୯୮ ଲକ୍ଷ କୋଟି ଟଙ୍କା ରହିଛି। ଅମ୍ବାନି ହେଉଛନ୍ତି ବିଶ୍ୱର ୧୩ତମ ଧନୀ ବ୍ୟକ୍ତି। ସେହିପରି ଗୌତମ ଆଦାନୀ ୧୯ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ଏବେ ୬୧.୩ ବିଲିୟନ ଡଲାର ବା ୫.୦୫ ଲକ୍ଷ କୋଟି ଟଙ୍କା ରହିଛି । ଗତ ସପ୍ତାହରେ ସେ ତାଲିକାର ୧୮ତମ ସ୍ଥାନରେ ଥିଲେ । କିନ୍ତୁ ସେୟାର ମୂଲ୍ୟ ପୁଣି କମିବା ଫଳରେ ତାଙ୍କ ସମ୍ପତ୍ତି ପରିମାଣ ହ୍ରାସ ପାଇଛି ।

ଗତ ଜାନୁଆରି ମାସରେ ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଆଦାନୀଙ୍କ ସେୟାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଚାଲିଥିଲା । ପରେ ସ୍ଥିତିରେ ଉନ୍ନତି ଆସିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe