ଏଣିକି ଟ୍ବିଟର୍‌ ବ୍ୟବହାରକାରୀଙ୍କ ପାଇଁ ଫିଟିଲା ରୋଜଗାରର ବାଟ, ଏହି ନୂଆ ଘୋଷଣା କଲେ ମସ୍କ

Advertisment
ଏଣିକି ଟ୍ବିଟର୍‌ ବ୍ୟବହାରକାରୀଙ୍କ ପାଇଁ ଫିଟିଲା ରୋଜଗାରର ବାଟ, ଏହି ନୂଆ ଘୋଷଣା କଲେ ମସ୍କ

Image Courtesy of NDTV

ମୁମ୍ବାଇ: ଏଲନ ମସ୍କ ଟ୍ବିଟର୍‌ର ନୂଆ ମାଲିକ ହେବା ପରଠାରୁ କିଛି ନା କିଛି ପରିବର୍ତ୍ତନ ହୋଇଚାଲିଛି। ଟ୍ବିଟରରେ ଆଗାମୀ ଭବିଷ୍ୟତରେ ଏକ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ସୂଚନା ରହିଛି ଯେ ଏଣିକି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ବି ରୋଜଗାର କରିହେବ। ମସ୍କ ଟ୍ବିଟର୍‌ର ମାଲିକ ବନିବା ପରେ ସେ ଏହାକୁ ଏକ ଲାଭଦାୟକ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ବନାଇବା ଦିଗରେ ବିଭିନ୍ନ କୌଶଳ ଅବଲମ୍ବନ କରି ଚାଲିଛନ୍ତି।

ମସ୍କ ଏବେ ଟ୍ବିଟର୍‌କୁ ଇନ୍‌ଷ୍ଟାଗ୍ରାମ୍‌ ଏବଂ ଟିକ୍‌ଟକ୍‌ ଢ଼ାଞ୍ଚାରେ ବନାଇବାକୁ ଚାହାନ୍ତି। ଏହାକୁ ନେଇ ଏଲନ ମସ୍କ ଏକ ବଡ଼ ଘୋଷଣା ବି କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ କମ୍ପାନି କ୍ରିଏଟର୍‌ମାନଙ୍କୁ ସେମାନଙ୍କ ପୋଷ୍ଟ୍‌ର ବିଜ୍ଞାପନରୁ ହେଉଥିବା ରୋଜଗାରର କିଛି ଅଂଶ ପ୍ରଦାନ କରିବେ। ଅର୍ଥାତ ଟ୍ବିଟର୍‌ ବ୍ୟବହାରକାରୀଙ୍କ ପୋଷ୍ଟ୍‌ରେ ଦୃଶ୍ୟମାନ ହେଉଥିବା ବିଜ୍ଞାପନର କିଛି ଅଂଶ ସେହି ବ୍ୟବହରକାରୀଙ୍କୁ ବି ମିଳିବ।

ତେବେ ଏହାକୁ ନେଇ ମସ୍କ ଏକ ସର୍ତ୍ତ ବି ରଖିଛନ୍ତି। ବିଜ୍ଞାପନ ରୋଜଗାରର କିଛି ଅଂଶ କେବଳ ସେହି ବ୍ୟବହାରକାରୀଙ୍କୁ ମିଳିବ ଯେଉଁମାନଙ୍କ ଆକାଉଣ୍ଟ୍‌ ବ୍ଲୁ ଟିକ୍‌ ସବ୍‌ସ୍କ୍ରିପ୍‌ସନ୍‌ ହୋଇଥିବ।

ପୂର୍ବରୁ କମ୍ପାନି ଅନେକ ପରିବର୍ତ୍ତନ କରିଥିବା ବେଳେ ନିକଟରେ ଟ୍ବିଟର୍‌ ଆଉ ଏକ ପରିବର୍ତ୍ତନ ଘୋଷଣା କରିଥିଲା। ଫେବ୍ରୁଆରି ପହିଲାରୁ ଆକାଉଣ୍ଟ୍‌ ନିଷ୍କ୍ରିୟ ନୀତିରେ ପରିବର୍ତ୍ତନ ଆସିବ ବୋଲି ପୂର୍ବରୁ ଆମେ ଜାଣିଛେ। ନିଷ୍କ୍ରିୟ ଆକାଉଣ୍ଟ୍‌କୁ ରି‌ଷ୍ଟୋର୍‌ କରିବାକୁ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଥିବା ନୂଆ ମାନଦଣ୍ଡ ଆଧ‌ାରରେ ସମୀକ୍ଷା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe