ଇମାମି: ପୁଅଙ୍କୁ ବାଟ ଛାଡ଼ିଲେ ପ୍ରତିଷ୍ଠାତା

Advertisment
ଇମାମି: ପୁଅଙ୍କୁ ବାଟ ଛାଡ଼ିଲେ ପ୍ରତିଷ୍ଠାତା

Ultra News

ନୂଆଦିଲ୍ଲୀ: ଏଫ୍‌ଏମ୍‌ସିଜି କମ୍ପାନି ଇମାମିର ପ୍ରତି‌ଷ୍ଠାତାମାନେ ସେମାନଙ୍କ ପୁଅଙ୍କୁ ବାଟ ଛାଡ଼ିଛନ୍ତି। ନୂଆପିଢ଼ିଙ୍କୁ ମୁଖ୍ୟ ଆସନ ଦେଇ ସେମାନେ ପରାମର୍ଶଦାତା ଆସନରେ ବସିଛନ୍ତି। ଗୁରୁବାର ଅନୁଷ୍ଠିତ କମ୍ପାନିର ବୋର୍ଡ ବୈଠକରେ ପ୍ରତିଷ୍ଠାତା ଆର୍‌ଏସ୍‌ ଅଗରୱାଲ ଏବଂ ଆରଏସ୍‌ ଗୋଏଙ୍କା କାର୍ଯ୍ୟନିର୍ବାହୀ ପଦରୁ ଇସ୍ତଫା ଦେବା ନେଇ ଆଗ୍ରହ ପ୍ରକାଶ କରିଥିଲେ। ଶ୍ରୀ ଅଗରୱାଲ୍ କମ୍ପାନିର ଅଧ୍ୟକ୍ଷ ଥିବାବେଳେ ଶ୍ରୀ ଗୋଏଙ୍କା ନିର୍ଦ୍ଦେଶକ ରହିଛନ୍ତି। ଶ୍ରୀ ଗୋଏଙ୍କାଙ୍କୁ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ଶ୍ରୀ ଅଗରୱାଲଙ୍କୁ ସେବାନିବୃତ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାପାଇଁ ବୋର୍ଡ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲା। ୨୦୨୨ ଏପ୍ରିଲ ପହିଲାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। ପ୍ରତିଷ୍ଠାତାମାନେ ସେମାନଙ୍କ ନୂଆ ନିଯୁକ୍ତିରେ କୌଣସି ଦରମା ନେବେ ନାହିଁ ବୋଲି କମ୍ପାନି କହିଛି। ଏଥିସହିତ ବୋର୍ଡ ପକ୍ଷରୁ ଶ୍ରୀ ଗୋଏଙ୍କାଙ୍କ ବଡ଼ପୁଅ ମୋହନ ଗୋଏଙ୍କା ଏବଂ ଶ୍ରୀ ଅଗରୱାଲଙ୍କ ସାନପୁଅ ହର୍ଷ ଅଗରୱାଲଙ୍କୁ ଯଥାକ୍ରମେ ଉପାଧ୍ୟକ୍ଷ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଏବଂ ଉପଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଭାବେ ନିଯୁକ୍ତି ଦିଆଯାଇଛି। ତେବେ ଏହା ଅଂଶଧାରୀଙ୍କ ମଞ୍ଜୁରି ଉପରେ ନିର୍ଭର କରୁଛି। ୧୯୭୪ ମସିହାରେ ପ୍ରତିଷ୍ଠାତା ଦ୍ବୟ ଇମାମିକୁ ସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe