‘ଓୟାରଟେଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌’କୁ ଇମର୍ଜିଂ ଷ୍ଟାର୍ଟଅପ୍‌ ପୁରସ୍କାର

Advertisment
‘ଓୟାରଟେଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌’କୁ ଇମର୍ଜିଂ ଷ୍ଟାର୍ଟଅପ୍‌ ପୁରସ୍କାର

ଭୁବନେଶ୍ବର: ଓୟାରଟେଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌କୁ ଇମର୍ଜିଂ ଷ୍ଟାର୍ଟଅପ୍‌ ପୁରସ୍କାର ପ୍ରଦାନ କରାଯାଇଛି। କଳିଙ୍ଗ ଟିଭି ପକ୍ଷରୁ ଆୟୋଜିତ ପ୍ରଗତି ପଥ ଓଡ଼ିଶା କନ୍‌କ୍ଲେଭ୍‌ର ଅତିଥି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ କିସ୍-କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କଠାରୁ କଂପାନିର ସିଇଓ ଅଭିଜିତ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ମଞ୍ଚରେ କଳିଙ୍ଗ ଟିଭିର ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। ଓୟାରଟେଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ଗ୍ରାମୀଣ ଓଡ଼ିଶାରେ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି। ଏହା ହେଉଛି ରାଜ୍ୟର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ସଂସ୍ଥା। ବର୍ତ୍ତମାନ ଓଡ଼ିଶାର ୮ଟି ଜିଲ୍ଲାରେ ଏହାର ସେବା ଉପଲବ୍ଧ ରହିଛି। କଂପାନି ଗ୍ରାହକମାନଙ୍କୁ ହାଇ ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍‌, ଓଟିଟି, ଆଇପିଟିଭି ଏବଂ ଲ୍ୟାଣ୍ଡ୍‌ଲାଇନ୍‌ ସେବା ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe