ଆଗକୁ କମିବ ଇଏମ୍‌ଆଇ

ରିଜର୍ଭ ବ୍ୟାଙ୍କର ଦୁଇ ନୂଆ ଯୋଜନା ଆଜି ଆରମ୍ଭ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଅମଳରେ ମାସିକ ଋଣ କିସ୍ତି ବା ଇଏମ୍‌ଆଇ ପରିମାଣ ହ୍ରାସ ପାଇଛି। ଏସବିଆଇ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଇକୋରାପ୍‌ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ରିପୋର୍ଟରେ ଷ୍ଟେଟ୍‌ ବ୍ୟାଙ୍କ କହିଛି ଯେ, ଉଚ୍ଚ ସୁଧ ହାର ନିବେଶରେ ଏକ ପ୍ରତିବନ୍ଧକ। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଆଗାମୀ ମୁଦ୍ରାନୀତି ସମୀକ୍ଷା ବେଳେ ସୁଧ ହାରରେ ୦.୩୫-୦.୫୦% ହ୍ରାସ କରିପାରେ। ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି ଯେ, ରିଜର୍ଭ ବ୍ୟାଙ୍କ ଏକ୍ସଟର୍ନାଲ୍ ବେଞ୍ଚମାର୍କ ରେଟ୍‌କୁ ଗ୍ରହଣ କରିବା ଉଚିତ। କାରଣ ଏହାର ସମ୍ପର୍କ ରେପୋ ହାର ସହିତ ରହିଛି। ରେପୋ ହାରରେ ପରିବର୍ତ୍ତନ ହେଲେ ସେହି ହାର ବଦଳିଥାଏ। ଫଳରେ ଗ୍ରାହକମାନେ ସୁଧ ହାରରେ ହେଉଥିବା ହ୍ରାସର ଲାଭ ପାଇପାରିବେ। ଏହି ରିପୋର୍ଟରେ ଏହା ମଧ୍ୟ ଆକଳନ କରାଯାଇଛି ଯେ, ୨୦୧୮-୧୯ରେ ଭାରତର ଅଭିବୃଦ୍ଧି ହାର ୫.୯%ରୁ ୬.୧% ଭଳି ସ୍ତରକୁ ଖସିଯିବ। ୨୦୧୮ ଡିସେମ୍ବର ତ୍ରୟମାସରେ ଅଭିବୃଦ୍ଧି ହାର ୬.୪%କୁ ଖସିଯାଇଛି। ଆସନ୍ତା ଗୁରୁବାର ୨୦୧୮-୧୯ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଜିଡିପି ତଥ୍ୟ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe