ଇମୋଜି: ଦିନକୁ ୫୦୦ କୋଟି ଥର ବ୍ୟବହାର ହେଉଛି

ଇମୋଜି: ଦିନକୁ ୫୦୦ କୋଟି ଥର ବ୍ୟବହାର ହେଉଛି

Glean.info

ନୂଆଦିଲ୍ଲୀ : ଡିଜିଟାଲ୍ ଦୁନିଆରେ ସକ୍ରିୟ ଥିବା ଲୋକମାନଙ୍କ ପାଇଁ ଇମୋଜି ନୂଆ ଶବ୍ଦ ନୁହେଁ। ହ୍ବାଟସ୍‌ଆପ୍, ଟ୍ବିଟର୍‌ କିମ୍ବା ଫେସବୁକ୍‌ରେ କିଛି ବାର୍ତା ଲେଖିବା ବେଳେ ଏହାକୁ ଲୋକମାନେ ବ୍ୟବହାର କରିବାକୁ ଭୁଲନ୍ତି ନାହିଁ। ସାରା ବିଶ୍ବରେ କେବଳ ଫେସବୁକ୍ ଓ ଫେସବୁକ୍‌ ମେସେଞ୍ଜରରେ ପ୍ରତିଦିନ ଲୋକମାନେ ୫୦୦ କୋଟିରୁ ଅଧିକ ଥର ବିଭିନ୍ନ ପ୍ରକାର ଇମୋଜି ବ୍ୟବହାର କରୁଛନ୍ତି। ଲୋକଙ୍କ ଭିତରେ ଏହା କେତେ ଲୋକପ୍ରିୟ ଏବଂ ବୋଧଗମ୍ୟ ଭାଷାର ଏହା କେତେ ବଡ଼ ମାଧ୍ୟମ ତାହା ଏଥିରୁ ଜଣାପଡ଼ୁଛି। ଜୀବନର ପ୍ରତିଟି ରଙ୍ଗ କିମ୍ବା ଭାବ ଯଥା ସୁଖ, ଦୁଃଖ, ହସ, ଖୁସି ଆଦି ସବୁ କିଛିକୁ ଇମୋଜି ଜରିଆରେ ପ୍ରକାଶ କରିହେଉଛି। ୧୯୯୫ ପରଠାରୁ ଇମୋଜି ବ୍ୟବହାର ଆରମ୍ଭ ହୋଇଥିବା କୁହାଯାଉଛି। ସେହି ବର୍ଷ ମାତ୍ର ୭୬ ପ୍ରକାରର ଇମୋଜି ରହିଥିଲା। ୨୦୨୦ ସୁଦ୍ଧା ଇମୋଜି ସଂଖ୍ୟା ୩,୧୩୬କୁ ବୃଦ୍ଧି ପାଇଛି। ୨୦୨୧ରେ ସେହି ସଂଖ୍ୟା ୩,୩୫୩ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଟ୍ବିଟର ଓ ଫେସବୁକ୍‌ରେ ‘କାନ୍ଦ ସହ ହସ’ ଇମୋଜିକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି। ଇନଷ୍ଟାଗ୍ରାମ୍‌ରେ ‘ହାର୍ଟ (ହୃଦୟ)’ ଇମୋଜି ଅଧିକ ବ୍ୟବହାର ହେଉଛି। ଆମେରିକାର ଏକ ଅଣ ଲାଭଦାୟକ ସଂସ୍ଥା ୟୁନିକୋଡ୍ କନସୋର୍ଟିୟମ୍ ଇମୋଜିର ତଦାରଖ କରୁଛି। ଇମୋଜି ହେବାକୁ କ’ଣ ଯୋଗ୍ୟ ଓ ‌କ’ଣ ଅଯୋାଗ୍ୟ ସେହି ନିଷ୍ପତ୍ତି ଏହି ସଂସ୍ଥା ନେଉଛି। ଇମୋଜି ଯେଭଳି ବିଭିନ୍ନ ପ୍ଲାଟଫର୍ମରେ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିବ ସେଥିପାଇଁ ଏହି ସଂସ୍ଥା ଦୃଢ଼ ମାନଦଣ୍ଡ ଧାର୍ଯ୍ୟ କରିଛି। କେତେ ପ୍ରକା‌ରର ଇମୋଜି ଦୁନିଆରେ ସକ୍ରିୟ ରହିଛି ତାହା ଏହି ସଂସ୍ଥାର ୱେବସାଇଟ୍‌ରୁ ଜାଣିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe