ନୂଆଦିଲ୍ଲୀ: କର୍ମଚାରୀ ପେନସନ୍ ସ୍କିମ୍ (ଇପିଏସ୍) ଯୋଜନା ଅଧୀନରେ ପେନସନ୍ କମ୍ୟୁଟେସନକୁ ନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ନିଷ୍ପତ୍ତିକୁ ଶ୍ରମ ମନ୍ତ୍ରାଳୟ କାର୍ଯ୍ୟକାରୀ କରିଛି। ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଇପିଏଫ୍ଓର ଉକ୍ତ ନିଷ୍ପତ୍ତି ଫଳରେ ୬.୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ପେନସନ୍ କମ୍ୟୁଟେସନ୍ ବ୍ୟବସ୍ଥାରେ ମୋଟ ପେନ୍ସନ୍ ପାଣ୍ଠିର ଆଂଶିକ ଉଠାଣ ସୁବିଧା ମିଳୁଥିଲା। ୨୦୦୮ ସେପ୍ଟେମ୍ବର ୨୫ ସୁଦ୍ଧା ଅବସର ଗ୍ରହଣ କରିଥିବା ସଦସ୍ୟମାନଙ୍କୁ ଏହି ସୁବିଧା ମିଳୁଥିଲା। ଏହା ପରେ ତାହାକୁ ବନ୍ଦ କରି ଦିଆଯାଇଛି। କମ୍ୟୁଟେସନ ବ୍ୟବସ୍ଥାରେ ପେନସନଭୋଗୀମାନଙ୍କୁ ନିଜ ମୋଟ ପେନସନ ପାଣ୍ଠିର ସର୍ବାଧିକ ଏକତୃତୀୟାଂଶ ରାଶିକୁ ଏକକାଳୀନ ଉଠାଇବାର ସୁବିଧା ପ୍ରଦାନ କରାଯାଇଥିଲା। ଯେଉଁମାନେ ଏହି ସୁବିଧା ନେଇଥିଲେ ସେମାନେ ଏବେ କମ୍ ପରିମାଣର ମାସିକ ପେନସନ ପାଉଛନ୍ତି। କମ୍ୟୁଟେସନ ସୁବିଧା ହାସଲ କରିବାର ୧୫ ବର୍ଷ ପରେ ଏହି ପେନସନଭୋଗୀମାନେ ସମ୍ପୂର୍ଣ୍ଣ ପେନସନ ପାଇପାରିବେ ବୋଲି ନିଷ୍ପତ୍ତି ହୋଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/02/dt65h4d9u7d98g7hd98ghdfhsdfhsfhsfhhhhhhhhhhhhhhhhh.jpg)