କର୍ମଚାରୀଙ୍କୁ ଟିଟିକେ ପ୍ରେଷ୍ଟିଜ୍‌ର ସହାୟତା

Advertisment
କର୍ମଚାରୀଙ୍କୁ ଟିଟିକେ ପ୍ରେଷ୍ଟିଜ୍‌ର ସହାୟତା

NandedBazaar.com

ଭୁବନେଶ୍ବର: ଦେଶର ସବୁଠୁ ବିଶ୍ବସନୀୟ କିଚେନ୍ ଆପ୍ଲାଏନ୍‌ସେସ୍‌ ବ୍ରାଣ୍ଡ୍‌ ଟିଟିକେ ପ୍ରେଷ୍ଟିଜ୍ ପକ୍ଷରୁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ବିଭିନ୍ନ ପ୍ରକାରର କୋଭିଡ୍-୧୯ ରିଲିଫ୍ ଓ ସହାୟତା ଘୋଷଣା କରାଯାଇଛି। ଯଦି କୌଣସି କର୍ମଚାରୀଙ୍କ କୋଭିଡ୍‌ରେ ମୃତ୍ୟୁ ହୁଏ ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ କଂପାନି ତରଫରୁ କର୍ମଚାରୀ ଜଣକ ପାଉଥିବା ଶେଷ ମାସିକ ଦରମାକୁ ଏକ ବର୍ଷ ପାଇଁ ପ୍ରଦାନ କରାଯିବ। ଦ୍ବିତୀୟ ବର୍ଷରେ ଦରମାର ୫୦% ରାଶି ଦିଆଯିବ। ତାଙ୍କ ପରିବାର ସଦସ୍ୟଙ୍କ ଲାଗି ଦୁଇ ବର୍ଷ ପାଇଁ ମେଡିକାଲ୍ ବୀମା ସୁରକ୍ଷା ଦିଆଯିବ। ଏହା ବ୍ୟତୀତ କର୍ମଚାରୀଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ କଂପାନି ଚାକିରି ମଧ୍ୟ ଦେବ। କଂପାନି ତରଫରୁ ଟେଷ୍ଟିଂ, ଗୃହ ସଙ୍ଗରୋଧ କାର୍ଯ୍ୟକ୍ରମ, ୨୪ ଘଣ୍ଟା ଟେଲି-ହେଲ୍‌ଥ ସେବା, ଜରୁରୀକାଳୀନ ସମୟରେ ମେଡିକାଲ୍ ସହାୟତା, ଆମ୍ବୁଲାନ୍ସ ସେବା ଓ କଲ୍ୟାଣମୂଳକ ସହାୟତା କାର୍ଯ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଉଛି। କଂପାନି ଭିତରେ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି ବୋଲି କଂପାନିର ଅଧ୍ୟକ୍ଷ ଟି ଟି ଜଗନ୍ନାଥନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe