କର୍ମଚାରୀ ଘରୁ କାମ କରିବା ସପକ୍ଷରେ ନାହାନ୍ତି ଗୁଗଲ୍ ସିଇଓ ସୁନ୍ଦର ପିଚାଇ

କର୍ମଚାରୀ ଘରୁ କାମ କରିବା ସପକ୍ଷରେ ନାହାନ୍ତି ଗୁଗଲ୍ ସିଇଓ ସୁନ୍ଦର ପିଚାଇ

News18.com

ୱାସିଂଟନ: କରୋନା ଭୂତାଣୁ ସଂକ୍ରମଣ ପରେ ବିଶ୍ବର ବିଭିନ୍ନ ଦେଶରେ ଲକ୍‌ଡାଉନ୍ କାର୍ଯ୍ୟକାରୀ ହୋଇଛି। ଏଥିଯୋଗୁଁ ଅନେକ ପ୍ରଯୁକ୍ତି କମ୍ପାନି ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ସୁଯୋଗ ଦେଇଛନ୍ତି। ‌ଏପରିକି ଲକ୍‌ଡାଉନ୍ ଶେଷ ହେବା ପର୍ଯ୍ୟନ୍ତ କିମ୍ବା କର୍ମଚାରୀ ଯେତେଦିନ ଚାହିବେ ସେତେଦିନ ପର୍ଯ୍ୟନ୍ତ ସେମାନଙ୍କୁ ଘରୁ କାମ୍ କରିବାକୁ ‌ସୁଯୋଗ ଦେବା ଉପରେ ବିଚାର କରୁଛନ୍ତି। କିନ୍ତୁ ପ୍ରଯୁକ୍ତି କ୍ଷେତ୍ରର ଅନ୍ୟତମ ପ୍ରମୁଖ କମ୍ପାନି ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ କିନ୍ତୁ ଏହି ଚିନ୍ତାଧାରାକୁ ସବୁଦିନ କାର୍ଯ୍ୟକାରୀ କରିବା ସପକ୍ଷରେ ନାହାନ୍ତି।

publive-image https://topyaps.com

ଏକ ସାକ୍ଷାତକାରରେ ସେ କହିଛନ୍ତି ତାଙ୍କ କମ୍ପାନି ପାଇଁ କର୍ମଚାରୀଙ୍କୁ ଘରୁ ପୂର୍ଣ୍ଣକାଳୀନ କାମ କରିବାକୁ ‌ସୁଯୋଗ ଦେବା ସମ୍ଭବ ନୁହେଁ। କାରଣ ତାଙ୍କ କମ୍ପାନି ସବୁ ସମୟରେ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତି ଆବଶ୍ୟକ କରିଥାଏ। ତେଣୁ ବର୍ତ୍ତମାନ ପରିସ୍ଥିତିକୁ କିଭଳି ମୁକାବିଲା କରିବ ତାହାର ଉପାୟ ବାହାର କରାଯିବ ବୋଲି ସେ କହିଛନ୍ତି। କର୍ମଚାରୀମାନଙ୍କ ପାଇଁ କାର୍ଯ୍ୟାଳୟରେ ‌ସାମ୍ନା ସାମ୍ନି କାମ କରିବା ଭଳି ପରମ୍ପରାର ମଧ୍ୟ ମୂଲ୍ୟ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe