ଏକ ନିର୍ଦିଷ୍ଟ ସ୍ଥାନକୁ ବଦଳି ପାଇଁ କର୍ମଚାରୀ ବାଧ୍ୟ କରିପାରିବେନି

ନାବାଳକ ସତ୍ତ୍ବେ ୧୭ ବର୍ଷ ଜେଲ୍‌, ସୁପ୍ରିମ୍‌ କୋର୍ଟ ମୁକ୍ତ କଲେ

Image Courtesy of India Today

ନୂଆଦିଲ୍ଲୀ: ଏକ ନିର୍ଦିଷ୍ଟ ସ୍ଥାନକୁ ବଦଳି କରିବା ଲାଗି ନିଯୁକ୍ତିଦାତାଙ୍କୁ କର୍ମଚାରୀ ବାଧ୍ୟ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏକ ମାମଲାର ଶୁଣାଣି କରି ଜଷ୍ଟିସ୍ ଏମ୍ ଆର୍‌ ଶାହ ଓ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି ଯେ କୌଣସି କର୍ମଚାରୀ ନିଜକୁ ଏକ ନିର୍ଦିଷ୍ଟ ସ୍ଥାନକୁ ବଦଳି କରିବାକୁ ବାଧ୍ୟ କରିପାରିବେ ନାହିଁ। ନିଯୁକ୍ତିଦାତା ସଂସ୍ଥାର ଆବଶ୍ୟକତା ବିଚାରକୁ ନେଇ କର୍ମଚାରୀଙ୍କୁ ଅନ୍ୟ ସ୍ଥାନକୁ ପଠାଇପାରିବେ। ଜଣେ ଅଧ୍ୟାପକ ଏକ ନିର୍ଦିଷ୍ଟ ସ୍ଥାନକୁ ବଦଳି ହେବା ଲାଗି ଆବେଦନ କରିଥିଲେ ଯାହାକୁ କର୍ତ୍ତୃପକ୍ଷ ଖାରଜ କରିଦେଇଥିଲେ। ସେହି ନିଷ୍ପତ୍ତିକୁ ଅଧ୍ୟାପକ ଜଣକ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହା ପରେ ସେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟକୁ କାଏମ ରଖି ସୁପ୍ରିମ୍‌କୋର୍ଟ ଆଜି ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହି ଅଧ୍ୟାପକ ଜଣକ ୨୦୦୦ ଡିସେମ୍ବରରେ ନିଜ ଚାକିରି ଜୀବନକୁ ଗୌତମ ବୁଦ୍ଧ ନଗରରେ ଥିବା ଏକ କଲେଜରୁ ଆରମ୍ଭ କରି ଦୀର୍ଘ ୧୩ ବର୍ଷ ସେଠାରେ ରହିଥିଲେ। ସେଠାରୁ ଅମ୍‌ରୋହା ଜିଲ୍ଲାକୁ ତାଙ୍କର ବଦଳି ହୋଇଥିଲା। ସେଠାରେ ଚାରି ବର୍ଷ କାର୍ଯ୍ୟ କରିବା ପରେ ସେ ପୁଣି ଥରେ ଗୌତମ ବୁଦ୍ଧ ନଗରକୁ ବଦଳି ହେବାକୁ ଚାହିଥିଲେ। ସରକାରୀ ନିୟମ ଅନୁସାରେ ଗୋଟିଏ ସ୍ଥାନରେ ଚାରି ବର୍ଷ କାର୍ଯ୍ୟ କରିବା ପରେ ବଦଳି ହୋଇପାରିବ। ସେହି ଆଇନ ଆଧାରରେ‌ ସେ ବଦଳି ପାଇଁ ଦାବି କରିଥିଲେ। ଦୀର୍ଘ ୧୩ ବର୍ଷ ଯେଉଁ ସ୍ଥାନରେ କାର୍ଯ୍ୟ କରିଛନ୍ତି ସେଠାକୁ ତାଙ୍କୁ ବଦଳି କରିବା ଅନୁମତିକୁ ହାଇକୋର୍ଟ ମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe