ଜିଏସ୍‌ଟି କ୍ଷତିପୂରଣ ବିବାଦର ଅବସାନ : ରାଜ୍ୟମାନଙ୍କୁ ୨.୧୬ ଲକ୍ଷ କୋଟିର କ୍ଷତିପୂରଣ ଦେବ କେନ୍ଦ୍ର

Advertisment
ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ନୂଆଦିଲ୍ଲୀ : ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) କ୍ଷତିପୂରଣକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କ ମଧ୍ୟରେ ଦେଖାଦେଇଥିବା ଅଚଳାବସ୍ଥାର ସମାଧାନ ହେବାର ଆଶା ସୃଷ୍ଟି ହୋଇଛି । ରାଜ୍ୟମାନଙ୍କୁ ନିଃସର୍ତ୍ତଭାବେ ୨ ଲକ୍ଷ ୧୬ ହଜାର କୋଟିର ପାଣ୍ଠି ଯୋଗାଇ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏ ନେଇ ସେ ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି ଆଶ୍ୱାସନା ଜଣାଇଛନ୍ତି ।
ଗୁରୁବାରଦିନ ଅର୍ଥମନ୍ତ୍ରାଳୟ କହିଥିଲା ଯେ ରାଜ୍ୟମାନଙ୍କର କମ୍‌ ଜିଏସଟି ଆଦାୟଜନିତ କ୍ଷତିର ଭରଣା ପାଇଁ କେନ୍ଦ୍ର ସରକାର ୧.୧ ଲକ୍ଷ କୋଟିର ଋଣ କରିବେ ।

publive-image ETNOW

ଦେଶରେ କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ଜିଏସଟି ରାଜସ୍ୱ ଗୁରୁତରଭାବେ ହ୍ରାସ ପାଇଛି । ଗୋଟିଏ ପଟେ କରୋନା ମୁକାବିଲା ପାଇଁ ବ୍ୟୟ ଭାର ବଢି ଚାଲିଥିବାବେଳେ ଅନ୍ୟପଟେ ରାଜସ୍ୱ ହ୍ରାସ ରାଜ୍ୟ ସରକାରମାନଙ୍କ ଆର୍ଥିକ ଅବସ୍ଥାକୁ ଦୋହଲାଇଦେଇଛି । ଏ ପରିସ୍ଥିତିରେ ଜିଏସଟି କ୍ଷତିର ଭରଣା ଲାଗି ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି ।

ଜିଏସଟି ଆଇନ ଅନୁସାରେ ଜିଏସଟି ଲାଗୁ ହେବାଠାରୁ ୫ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ରାଜ୍ୟମାନଙ୍କ ଟିକସ ଆଦାୟ ଜନିତ କ୍ଷତିର ଭରଣା କରିବ । ତେବେ କେନ୍ଦ୍ରର ଯୁକ୍ତି ଥିଲା ଯେ ନିୟମ ଅନୁସାରେ ଟିକସ ଆଦାୟ ଜନିତ କ୍ଷତିର ଭରଣା କରାଯିବ, କିନ୍ତୁ ଲକଡାଉନ ପରି ଏକ ଅଭୁତପୂର୍ବ ପରିସ୍ଥିତିରେ ଯେତେବେଳେ ସମ୍ପୂର୍ଣ୍ଣ ଟିକସ ଆଦାୟ ବନ୍ଦ ଥିଲା ସେହି ପରିସ୍ଥିତିରେ କେନ୍ଦ୍ର ସରକାର ସଂପୂର୍ଣ୍ଣ କ୍ଷତି ଭରଣା କରିବାକୁ ବାଧ୍ୟ ନୁହଁନ୍ତି । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତଭେଦ ରହିଆସିଥିଲା । କିନ୍ତୁ ଏବେ କେନ୍ଦ୍ର ସରକାର କ୍ଷତି ଭରଣା ପାଇଁ ରାଜି ହେବାରୁ ଏହି ବିବାଦର ଅନ୍ତ ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe