ନୂଆଦିଲ୍ଲୀ: ନିଜ କେବୁଲ କିମ୍ବା ଡିଟିଏଚ୍ ଅପରେଟରଙ୍କ ସେବାକୁ ନେଇ ଖୁସି ନଥିବା ଗ୍ରାହକଙ୍କ ପାଇଁ ଭଲ ଖବର। ମୋବାଇଲ୍ ନମ୍ବର ଭଳି ସେଟ୍-ଟପ୍ ବକ୍ସର ପୋର୍ଟେବିଲିଟି ସୁବିଧା ପ୍ରଦାନ କରିବା ଉପରେ ଭାରତୀୟ ଦୂରସଂଚାର ନିୟାମକ କତୃର୍ପକ୍ଷ (ଟ୍ରାଇ) ବିଚାର କରୁଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସେବା ଆରମ୍ଭ କରିବାକୁ ଟ୍ରାଇ ଲକ୍ଷ୍ୟ ରଖିଛି। ବିନା ଶୁଳ୍କରେ ଗ୍ରାହକମାନେ ଏହି ସୁବିଧା ହାସଲ କରିପାରିବେ। ଏକ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ଟ୍ରାଇର ଅଧ୍ୟକ୍ଷ ଆର୍ ଏସ୍ ଶର୍ମା ଏହି ସୂଚନା ପ୍ରଦାନ କରିଛନ୍ତି। ସେଟ୍-ଟପ୍ ବକ୍ସ ପୋର୍ଟେବିଲିଟିରେ ସବୁଠୁ ବଡ଼ ସମସ୍ୟା ହେଉଛି ସଫ୍ଟଓୟାର୍। ସବୁ କଂପାନିର ସଫ୍ଟଓୟାର ଅଲଗା ଅଲଗା। ପୋର୍ଟେବିଲିଟି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସଫ୍ଟଓୟାର ସମସ୍ୟା ସମାଧାନ କରିବାକୁ ପଡ଼ିବ। ବିଭିନ୍ନ ସରକାରୀ ଏଜେନ୍ସି ଓ କନସଲଟାଣ୍ଟ୍ଙ୍କ ସହ ମିଶି ଏଦିଗରେ ଟ୍ରାଇ କାମ କରୁଛି। ଏହି ସମସ୍ୟାର ଏକ ସମାଧାନ ଖୁବ୍ଶୀଘ୍ର ବାହାରିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ବର୍ତ୍ତମାନ ଦେଶରେ ୧୬ କୋଟି ପେ-ଟିଭି ଗ୍ରାହକ ରହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଟ୍ରାଇ ପକ୍ଷରୁ କେବୁଲ ଟିଭି ଓ ଡିଟିଏଚ୍ ସେବାରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଫେବ୍ରୁଆରି ୧ ଠାରୁ ନୂତନ ବ୍ୟବସ୍ଥା ଲାଗୁ କରାଯିବ।
ବର୍ଷ ଶେଷ ସୁଦ୍ଧା ସେଟ୍-ଟପ୍ ବକ୍ସ ପୋର୍ଟେବିଲିଟି
Advertisment
Follow Us