ସେନ୍‌ସେକ୍‌ସ୍‌ ୧, ୯୦୦ ଏବଂ ନିଫ୍‌ଟି ୪୪୦ ପଏଣ୍ଟ୍‌ ଖସିଲା

Advertisment
ସେନ୍‌ସେକ୍‌ସ୍‌ ୧, ୯୦୦ ଏବଂ ନିଫ୍‌ଟି ୪୪୦ ପଏଣ୍ଟ୍‌ ଖସିଲା

Image Source: Hindustan Times

ମୁମ୍ବାଇ: ସୋମାବାର ସକାଳେ କାରବାର ଆରମ୍ଭରୁ ଭାରତୀୟ ଷ୍ଟକ୍‌ ମାର୍କେଟ୍‌ ଅତି ମାନ୍ଦା ଚାଲିବା ସହ ସେନ୍‌ସେକ୍ସ୍‍ ୧, ୯୫୦. ୮୬ ପଏଣ୍ଟ୍‌ ବା ୫. ୭୨% ହ୍ରାସ ପାଇ ୩୨୧୫୨. ୬୨ ପଏଣ୍ଟ୍‌ରେ ପହଞ୍ଚିଛି। ନିଫ୍‌ଟି ମଧ୍ୟ ୪୪୦. ୬୦ ପଏଣ୍ଟ୍‌ ବା ୪. ୪୩% ହ୍ରାସ ପାଇ ୯୫୧୪. ୬୦ ପଏଣ୍ଟ୍‌ରେ ରହିଛି। ବିଶ୍ୱ ଅର୍ଥନୀତି ଉପରେ ‘କୋଭିଡ୍‌-୧୯’ ସଂକ୍ରମଣ ପ୍ରଭାବ ଯୋଗୁଁ ସେୟାର୍‌ ବଜାର ନିମ୍ନଗାମୀ ହେଉଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି।

ଏହାଛଡ଼ା ପ୍ରାୟ ୧୯୦ଟି ସେୟାର୍‌ ଅଗ୍ରଗତି କରିଥିବା ବେଳେ ୭୩୦ଟି ସେୟାର୍‌ ନିମ୍ନଗାମୀ ହୋଇଛି ଏବଂ ୬୨ଟି ସେୟାର୍‌ର ସ୍ଥିତି ଅପରିବର୍ତ୍ତିତ ରହିଛି।

publive-image Image Source: India Today

ଆଜିର ସେୟାର୍‌ ବଜାରରେ ୟେସ୍‌ ବ୍ୟାଙ୍କ୍‌ ସେୟାର୍‌ ଭଲ ଚାଲିଥିବା ବେଳେ ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ବ୍ୟାଙ୍କ୍‌, ଏସ୍‌ବିଆଇ, ସନ୍‌ ଫାର୍ମା, ଜେଏସ୍‌ପିଏଲ୍‌, ମ୍ୟାକ୍ସ୍‍ ଫାଇନାନ୍‌ସିଆଲ୍‌ ଏବଂ ଡିଏଲ୍‌ଏଫ୍‌ ସେୟାର୍‌ କ୍ଷତିରେ ଚାଲିଛି। ରେସ୍‌କ୍ୟୁ ପ୍ଲାନ୍‌ ନିମନ୍ତେ ସରକାର ବିଜ୍ଞପ୍ତି ଜାରି କରିବା ପରେ ଆଜି ୟେସ୍‌ ବ୍ୟାଙ୍କ୍‌ ପ୍ରାୟ ୩୯% ବଢ଼ିଯାଇଛି।

ସେହିଭଳି ସୋମବାର ଦିନ ଡଲାର୍‌ ତୁଳନାରେ ଭାରତୀୟ ଟଙ୍କା ୧୫ ପଇସା ହ୍ରାସ ପାଇ ୭୪. ୦୬ ରହିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଡଲାର୍‌ ତୁଳନାରେ ଭାରତୀୟ ଟଙ୍କା ଥିଲା ୭୩. ୯୧।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe