ସେୟାର କିଣିବାକୁ ଯୁବପିଢ଼ି ମଧ୍ୟରେ ଉତ୍ସାହ, ଆଇପିଓରେ ଭାଗ ନେଉଛନ୍ତି

Advertisment
ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ଷ୍ଟକ ବଜାରରେ ଭାଗ୍ୟ ପରୀକ୍ଷା କରିବା ଲାଗି ଦେଶର ଯୁବପିଢ଼ି ପ୍ରସ୍ତୁତ ହୋଇଛନ୍ତି। ବିଭିନ୍ନ କଂପାନି ଆଣୁଥିବା ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ)ରେ ଅଂଶଗ୍ରହଣ କରିବାକୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଖାଦ୍ୟ ଡେଲିଭରି ସଂସ୍ଥା ଜୋମାଟୋର ଆଇପିଓ ଇସ୍ୟୁରେ ବହୁ ସଂଖ୍ୟକ ଖୁଚୁରା ନିବେଶକ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ନିବେଶକଙ୍କ ବୟସ ୧୭ ବର୍ଷ ଭଳି କମ୍ ଥିବା ଜଣାପଡ଼ିଛି। ଦେଶରେ ଅଧିକ ଲୋକଙ୍କ ପାଖରେ ଇଣ୍ଟରନେଟ୍‌ ପହଞ୍ଚିବା, ଆପ୍ ଜରିଆରେ ଷ୍ଟକ ବଜାରରେ ନିବେଶ କରିବାର ସୁବିଧା ମିଳୁଥିବାରୁ ଯୁବପିଢ଼ିଙ୍କ ମଧ୍ୟରେ ସେୟାର କିଣିବା ନେଇ ଆଗ୍ରହ ବୃଦ୍ଧି ପାଇଛି।

ଆଗାମୀ ଦିନରେ ପେଟିଏମ୍‌, ନାଇକା, ମୋବିକ୍ବିକ୍ ଓ ପଲିସି ବଜାର ଭଳି ଷ୍ଟାର୍ଟଅପ୍ ସଂସ୍ଥା ଷ୍ଟକ ବଜାରରେ ପ୍ରବେଶ କରିବା ଲାଗି ଆଇପିଓ ଆଣିବେ। ଏହି କଂପାନିଗୁଡ଼ିକ ସହିତ ସେୟାର ବଜାରରେ ନିବେଶକମାନେ ଭାବେ ନିଜର ଯାତ୍ରା ଆରମ୍ଭ କରିବା ଲାଗି ଅନେକ ଯୁବକଯୁବତୀ ଆଶା ରଖିଛନ୍ତି। ଜୋମାଟୋ ସେୟାର ଲାଗି ଯେଉଁ ପ୍ରାକ୍-ଆଇପିଓ ବରାଦ ଆହ୍ବାନ କରାଯାଇଥିଲା, ସେଥିରେ ଭାଗ ନେଇଥିବା ୬୫%ରୁ ଅଧିକ ନିବେଶକଙ୍କ ବୟସ ହେଉଛି ୩୨ ବର୍ଷରୁ କମ୍। ପେଟିଏମ୍ ମନିର ପ୍ରି-ଆଇପିଓ ବୁକିଂରେ ମଧ୍ୟ ଅନେକ କମ୍ ବୟସର ନିବେଶକ ଅଂଶଗ୍ରହଣ କରିଥିଲେ। ପେଟିଏମ୍ ମନିର ସିଇଓ ବରୁଣ ଶ୍ରୀଧର କହିଛନ୍ତି ଯେ ମହାମାରୀ ସମୟରେ ଯୁବପିଢ଼ି ମଧ୍ୟରେ ଷ୍ଟକ କାରବାର ଓ ସମ୍ପତ୍ତି ପରିଚାଳନାକୁ ନେଇ ସଚେତନତା ବଢ଼ିଛି।

ସେୟାର ବଜାରରେ ନିବେଶ କରି ଅଧିକ ରିଟର୍ଣ୍ଣ ହାସଲ କରିହେବ ବୋଲି ସେମାନେ ଜାଣିପାରିଛନ୍ତି। ସେଥିପାଇଁ ଦେଶରେ ସମ୍ପୂର୍ଣ୍ଣ ରୂପେ ଏକ ନୂଆ ନିବେଶକ ବର୍ଗ ସୃଷ୍ଟି ହୋଇଛି। ଗତ ୧୨-୧୮ ମାସ ଭିତରେ ଯେଉଁ ଯୁବକଯୁବତୀମାନେ ସେୟାର ବଜାରରେ ନିବେଶ କରିଛନ୍ତି ସେମାନେ ଇଣ୍ଟରନେଟ୍‌ ମାଧ୍ୟମରେ କାରବାର କରୁଥିବା ସଂସ୍ଥାଗୁଡ଼ିକରେ ଅଧିକ ନିବେଶ କରିବାକୁ ଚାହୁଛନ୍ତି। ଏହି କଂପାନିଗୁଡ଼ିକର ଭବିଷ୍ୟତ ବେଶ ଉଜ୍ଜ୍ବଳ ଓ ସେମାନଙ୍କ ପାଖରେ ଆଗକୁ ବଢ଼ିବାର କ୍ଷମତା ରହିଛି ବୋଲି ସେମାନେ ଭାବୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe