Advertisment

EPF interest: ଇପିଏଫ୍‌ ସୁଧ ୮.୨୫% ରହିବ

Advertisment

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୨୦୨୫-୨୬ ଆର୍ଥିକ ବର୍ଷରେ ଏହାର ସଦସ୍ୟମାନଙ୍କୁ ଗତଥର ଭଳି ୮.୨୫ ପ୍ରତିଶତ ସୁଧ ଦେବାର ସମ୍ଭାବନା ରହିଛି। ସଂଗଠନର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ବୈଠକ ସୋମବାର ଅନୁଷ୍ଠିତ ହେବ।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୨୦୨୫-୨୬ ଆର୍ଥିକ ବର୍ଷରେ ଏହାର ସଦସ୍ୟମାନଙ୍କୁ ଗତଥର ଭଳି ୮.୨୫ ପ୍ରତିଶତ ସୁଧ ଦେବାର ସମ୍ଭାବନା ରହିଛି। ସଂଗଠନର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ବୈଠକ ସୋମବାର ଅନୁଷ୍ଠିତ ହେବ।

01bbs_74_01032026_112

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୨୦୨୫-୨୬ ଆର୍ଥିକ ବର୍ଷରେ ଏହାର ସଦସ୍ୟମାନଙ୍କୁ ଗତଥର ଭଳି ୮.୨୫ ପ୍ରତିଶତ ସୁଧ ଦେବାର ସମ୍ଭାବନା ରହିଛି। ସଂଗଠନର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ବୈଠକ ସୋମବାର ଅନୁଷ୍ଠିତ ହେବ। ସେଥିରେ ସୁଧ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବ। ବିଶ୍ବସ୍ତରରେ ଅନିଶ୍ଚିତତା ଲାଗି ରହିଥିବାରୁ ଷ୍ଟକ୍‌ ବଜାର ଓ ଇକ୍ବିଟିର ପ୍ରଦର୍ଶନ ଆଶାନୁରୂପ ରହିନାହିଁ। ସରକାରୀ ବଣ୍ଡ୍‌ ୟିଲ୍‌ଡ ମଧ୍ୟ ନିରାଶାଜନକ ରହିଛି। ସଂଗଠନର ଆୟ କମ୍‌ ରହିଥିବାରୁ ସୁଧ ବଢ଼ାଇବା ସମ୍ଭବ ହୋଇନପାରେ ବୋଲି କୁହାଯାଉଛି।ଇପିଏଫ୍‌ଓର ୩୧ କୋଟିରୁ ଅଧିକ ସଦସ୍ୟ ରହିଛନ୍ତି। 

ଆହୁରି ପଢନ୍ତୁ: Cricket: ଜିମ୍ବାୱେକୁ ହରାଇ ଲଗାତାର ୭ ମ୍ୟାଚ୍‌ ଜିିତିଲା ଦକ୍ଷିଣ ଆଫ୍ରିକା
୨୦୨୧-୨୨ରେ ଏହାର ସୁଧ ଚାରି ବର୍ଷର ସର୍ବନିମ୍ନ ସ୍ତର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୨-୨୩ରେ ତାହା ୮.୧୫ ପ୍ରତିଶତ, ୨୦୨୩-୨୪ରେ ୮.୨୫ ପ୍ରତିଶତକୁ ବଢ଼ିଥିଲା। ୨୦୨୪-୨୫ରେ ସେହି ହାର ବଜାୟ ରହିଥିଲା। ୨୦୨୫-୨୬ରେ ମଧ୍ୟ ସମାନ ସ୍ଥିତି ରହିବା ଆଶା କରାଯାଉଛି। ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଇପିଏଫ୍‌ଓର ଆୟ ଓ ବ୍ୟୟର ହିସାବ କରାଯିବ। ଏଥି ସହିତ ସୁଧ ନିଷ୍ପତ୍ତି ନିଆଯିବ। ବୋର୍ଡ ନିଷ୍ପତ୍ତି ନେବା ପରେ ସେହି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟ ପାଖକୁ ପଠାଯିବ। 

ଆହୁରି ପଢନ୍ତୁ: Gold rate: ଯୁଦ୍ଧ ପାଇଁ ରବିବାର ବି ବଢ଼ିଲା ସୁନାରୁପା ଦର
ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିବା ପରେ ସୁଧ ଟଙ୍କା ସଦସ୍ୟଙ୍କ ଖାତାରେ ଜମା ହେବ। ନ୍ୟାସନାଲ୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍‌ର ଜାତୀୟ ସଭାପତିି ଦୀପକ ଜୟସ୍ବାଲ କହିଛନ୍ତି ଯେ ବିକଶିତ ଭାରତ ରୋଜଗାର ଯୋଜନା ପ୍ରଭାବରେ ଗତବର୍ଷ ବହୁ ସଂଖ୍ୟାରେ ନୂଆ ସଦସ୍ୟ ଇପିଏଫ୍‌ଓରେ ଯୋଡ଼ି ହୋଇଛନ୍ତି। ଗତବର୍ଷ ସଂଗଠନର ଆୟ ଉଲ୍ଲେଖନୀୟ ଥିଲା। ସରକାର ସୁଧ ସ୍ଥିରତା ପାଣ୍ଠି ଗଠନ କରିଛନ୍ତି। ତେଣୁ ସୁଧରେ କୌଣସି ହ୍ରାସ ପାଇଁ ଆମେ ରାଜି ହେବୁନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe