Image Courtesy of NDTV
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ସୁଧ ହାରରେ କରାଯାଇଥିବା ହ୍ରାସ ସମ୍ପର୍କରେ ଆଜି ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହା ଆହୁରି ବର୍ତ୍ତମାନ ସମୟ ବାସ୍ତବତାର ପ୍ରତିଫଳନ। ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଇଫିଏଫ୍ ସୁଧ ହାରକୁ ୮.୧%କୁ ହ୍ରାସ କରାଯାଇଛି ଯାହା ୨୦୨୦-୨୧ରେ ୮.୫% ଥିଲା। ଦୀର୍ଘ ୪୩ ବର୍ଷ ପରେ ପ୍ରଥମ ଥର ଲାଗି ସୁଧ ହାରକୁ ଏଭଳି ନିମ୍ନ ସ୍ତରକୁ ହ୍ରାସ କରାଯାଇଛି। ଏହା ସତ୍ତ୍ବେ ଅନ୍ୟ କ୍ଷୁଦ୍ର ସଞ୍ଚୟ ସ୍କିମ୍ଗୁଡ଼ିକ ତୁଳନାରେ ଇପିଏଫ୍ ସୁଧ ଅଧିକ ରହିଥିବା ନିର୍ମଳା କହିଛନ୍ତି। ସେ କହିଛନ୍ତି ଯେ ଇପିଏଫ୍ ସୁଧ ନିଷ୍ପତ୍ତି କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଗ୍ରହଣ କରିଛି। ସୁକନ୍ୟା ସମୃଦ୍ଧି ଯୋଜନା (୭.୬%), ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ (୭.୪%) ଓ ପିପିଏଫ୍ (୭.୧%)ରେ ମିଳୁଥିବା ସୁଧ ତୁଳନାରେ ଇପିଏଫ୍ ସୁଧ ଏବେବି ଅଧିକ ରହିଛି ବୋଲି ସେ କହିଛନ୍ତି।
Follow Us