ଇପିଏଫ୍‌ ସୁଧ ୮.୧%କୁ କମିଲା

Advertisment
ଭବିଷ୍ୟନିଧି ସଂଗଠନର ‘ନିଧି ଆପ୍‌କେ ନିକଟ ୨.୦’ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଇପିଏଫଓ ସଦସ୍ୟମାନଙ୍କୁ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ଉପରେ ପ୍ରଦାନ କରାଯିବାକୁ ଥିବା ସୁଧ ହାର ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି। ଇପିଏଫଓ ପକ୍ଷରୁ ସୁଧ ହାର ସଂପର୍କରେ ନିଆଯାଇଥିବା ନିଷ୍ପତ୍ତିକୁ କେନ୍ଦ୍ର ସରକାର ଆଜି ମଞ୍ଜୁରି ଦେଇଛନ୍ତି। ଫଳରେ ଗତ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ଇପିଏଫଓ ସଦସ୍ୟମାନେ ସବୁଠୁ କମ୍ ସୁଧ ପାଇବେ। ୧୯୭୭-୭୮ ମସିହାରେ ଇପିଏଫର ସୁଧ ହାର ୮ ପ୍ରତିଶତ ରହିଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଇପିଏଫ ସୁଧ ହାର ୮.୫ ପ୍ରତିଶତ ରହିଥିଲା। ୨୦୧୮-୧୯ରେ ଇପିଏଫ ସୁଧ ହାର ୮.୬୫ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହାକୁ ୮.୫ ପ୍ରତିଶତକୁ କମାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe