୨୦୨୨-୨୩ ପାଇଁ ଇପିଏଫ୍‌ ଉପରେ ୮.୧୫ ପ୍ରତିଶତ ସୁଧ ଘୋଷଣା କଲା ଇପିଏଫ୍‌ଓ, ଗତବର୍ଷ ସୁଧ ହାର ଥିଲା ୮.୦୧ ପ୍ରତିଶତ

୨୦୨୨-୨୩ ପାଇଁ ଇପିଏଫ୍‌ ଉପରେ ୮.୧୫ ପ୍ରତିଶତ ସୁଧ ଘୋଷଣା କଲା ଇପିଏଫ୍‌ଓ, ଗତବର୍ଷ ସୁଧ ହାର ଥିଲା ୮.୦୧ ପ୍ରତିଶତ

ନୂଆଦିଲ୍ଳୀ:  ଏମ୍ପ୍ଲଇ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ ଅର୍ଗାନାଇଜେସନ୍‌ (ଇପିଏଫ୍‌ଓ) ସୋମବାର ଏମ୍ପ୍ଲଇ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ଇପିଏଫ)ର ସୁଧ ହାର ୨୦୨୨-୨୩ ପାଇଁ ବୃଦ୍ଧି କରିଛି। ପୂର୍ବରୁ ଇପିଏଫ୍‌ଓର ସୁଧ ହାର ୮.୦୧ ପ୍ରତିଶତ ଥିବା ବେଳେ ଏବେ  ୮.୧୫ ପ୍ରତିଶତ ହୋଇଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ପାଇଛି।

୨୦୨୧-୨୨ ପାଇଁ ଇପିଏଫ୍‌ଓ ​​ଘୋଷଣା କରିଥିବା ୮.୧ ପ୍ରତିଶତ ସୁଧ ହାର ସହିତ ଏବର୍ଷର ହାର ପ୍ରାୟ ସମାନ, ୮.୧ ପ୍ରତିଶତ ସୁଧ ହାର ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ସର୍ବନିମ୍ନ ରହିଥିଲା।

ଅନ୍ୟତମ ସୂତ୍ର ପିଟିଆଇକୁ କହିଛି ଯେ ଏମ୍ପ୍ଲଇ ପ୍ରେଭିଡେଣ୍ଟ୍‌ ଫଣ୍ଡ୍‌ ଅର୍ଗାନାଇଜେସନ୍‌ର ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ୨୦୨୨-୨୩ ପାଇଁ ଇପିଏଫ୍‌ ଉପରେ ୮.୧୫ ପ୍ରତିଶତ ସୁଧ ହାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

publive-image

ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ଇପିଏଫ୍‌ଓ ​​ଜମା ଉପରେ ସୁଧ ହାର ଅନୁମୋଦନ କରିଥାଏ। ଇପିଏଫ୍‌ଓର ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଇପିଏଫ୍ ଉପରେ ଅଧିକ ସୁଧ ହାର ଘୋଷଣା କରିବ ବୋଲି ଆଶା କରାଯାଉଥିବା ବେଳେ ଏତେ କମ୍‌ ପ୍ରତିଶତ ଘୋଷଣା  କର୍ମଚାରୀଙ୍କ ପାଇଁ ଏକ ନିରାଶାଜନକ କଥା।

୨୦୧୮-୨୦ ମସିହାରେ ​​ଇପିଏଫ୍‌ ଜମା ଉପରେ ସୁଧ ହାର ୮.୬୫ ରହିଥିବା ବେଳେ ୨୦୨୦ ମାର୍ଚ ମାସରେ ୨୦୧୯-୨୦ ପାଇଁ ସୁଧ ହାର ହ୍ରାସ କରିଥିଲା ଇପିଏଫ୍‌ଓ। ୨୦୨୦ ମସିହାରେ ଇପିଏଫ୍‌ର ସୁଧ ହାତ ୮.୬୫ ପ୍ରତିଶତରୁ ହ୍ରାସ ପାଇ ୮.୦୫ ପ୍ରତିଶତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe