କୋଭିଡ୍ ଅଗ୍ରିମ ବନ୍ଦ କଲା ଇପିଏଫ୍ଓ

ଇପିଏଫ୍‌ଓରେ ସାମିଲ ହୋଇପାରନ୍ତି ଅଧିକ କର୍ମଚାରୀ

YouTube

ନୂଆଦିଲ୍ଲୀ: ସରକାରୀ ଓ ପଞ୍ଜୀକୃତ କମ୍ପାନିର କର୍ମଚାରୀଙ୍କୁ ଇପିଏଫ ଅର୍ଥାତ୍ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ଖାତାରୁ ଆଉ କୋଭିଡ୍-୧୯ ଅଗ୍ରିମ ମିଳିବ ନାହିଁ। ଇପିଏଫଓ ଏହି ସୁବିଧାକୁ ବନ୍ଦ କରିଦେଇଛି । କରୋନା ମହାମାରୀ ସମୟରେ ସରକାର କର୍ମଚାରୀମାନଙ୍କୁ ସେମାନଙ୍କ ପିଏଫ୍‌ ଖାତାରୁ ଆଗୁଆ ଉଠାଣର ସୁବିଧା ଦେଇଥିଲେ।

ଇପିଏଫଓ ଏହାର ସର୍କୁଲାରରେ କହିଛି ଯେ ଯେହେତୁ କୋଭିଡ-୧୯ ଆଉ ମହାମାରୀ ନୁହେଁ। ତେଣୁ ତୁରନ୍ତ ଅଗ୍ରିମ ଦେବାର ଏହି ସୁବିଧାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମସ୍ତଙ୍କ ପାଇଁ ଲାଗୁ ହେବ। କରୋନା ମହାମାରୀର ପ୍ରଥମ ଲହର ସମୟରେ ଇପିଏଫଓ ୨୦୨୦ ମାର୍ଚ୍ଚରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅଧୀନରେ ଆଗୁଆ ଉଠାଣର ସୁବିଧା କରିଥିଲା। ଏହା ଅଧୀନରେ କର୍ମଚାରୀ ତାଙ୍କ ପିଏଫ ଆକାଉଣ୍ଟରେ ଜମା ହୋଇଥିବା ମୂଳ ଦରମା ଏବଂ ମହଙ୍ଗା ଭତ୍ତା ସହିତ ସମାନ କିମ୍ବା ତାଙ୍କ ପିଏଫ ଆକାଉଣ୍ଟରେ ଥିବା ବାଲାନ୍ସର ୭୫% ପର୍ଯ୍ୟନ୍ତ ଉଠାଇପାରିବେ।

ପିଏଫ ଉଠାଣ ନିୟମ ଅନୁଯାୟ ଯଦି କୌଣସି ସଦସ୍ୟ ଚାକିରି ହରାଇବେ ତେବେ ସେ ୧ ମାସ ପରେ ପିଏଫ ଆକାଉଣ୍ଟରୁ ୭୫% ଟଙ୍କା ଉଠାଇପାରିବେ । ଏହା ଦ୍ୱାରା ସେ ବେରୋଜଗାର ସମୟରେ ନିଜର ଆବଶ୍ୟକତା ପୂରଣ କରିପାରିବେ । ଚାକିରି ହରାଇବାର ଦୁଇ ମାସ ପରେ ପିଏଫରେ ଜମା ହୋଇଥିବା ବାକି ୨୫% ଟଙ୍କା ଉଠାଇ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe