ଇପ୍ଲେନ୍‌ ଆଣିବ ଉଡ଼ନ୍ତା ଇଲେକ୍ଟ୍ରିକ ଟ୍ୟାକ୍ସି

ଇପ୍ଲେନ୍‌ ଆଣିବ ଉଡ଼ନ୍ତା ଇଲେକ୍ଟ୍ରିକ ଟ୍ୟାକ୍ସି

ନୂଆଦିଲ୍ଲୀ: ଚେନ୍ନାଇର ଷ୍ଟାର୍ଟଅପ୍‌ ସଂସ୍ଥା ‘ଇପ୍ଲେନ୍ କମ୍ପାନି’ ୨୦୨୫ ମାର୍ଚ୍ଚ ସୁଦ୍ଧା ଉଡ଼ନ୍ତା ଟ୍ୟାକ୍ସିର ଏକ ମଡେଲ ଆଣିବା ଯୋଜନା ରଖିଛି। ସହରାଞ୍ଚଳର ଟ୍ରାଫିକ୍‌ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ। ଆଇଆଇଟି ମାଡ୍ରାସର ଇନକ୍ୟୁବେଟରରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଆଗାମୀ ଦିନରେ ଡ୍ରୋନ୍‌ର ବାଣିଜ୍ୟିକ ସେବା ଆରମ୍ଭ କରିବା ଲକ୍ଷ୍ୟ ବି ରଖିଛି। ଇପ୍ଲେନ୍ କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ସତ୍ୟ ଚକ୍ରବର୍ତ୍ତୀ କହିଛନ୍ତି, ଇଭିଟିଓଏଲ୍‌ (ଇଲେକ୍ଟ୍ରିକ ଭର୍ଟିକାଲ ଟେକଅଫ୍‌ ଆଣ୍ଡ୍‌ ଲ୍ୟାଣ୍ଡିଂ) ବିମାନର ବିକାଶ କରାଯାଉଛି। ଏହା ତିନିରୁ ଚାରି ସିଟର୍‌ ବିଶିଷ୍ଟ ହେବ। ଏହାକୁ ଏୟାର ଆମ୍ବୁଲାନ୍ସରେ ମଧ୍ୟ ରୂପାନ୍ତରିତ କରାଯାଇ ପାରିବ। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଆମେ ଏହାର ମଡେଲ ବିକାଶ କରିବା ଆଶା ରଖିଛୁ। ତେବେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ)ର ପ୍ରମାଣପତ୍ର ହାସଲ କରିବା ପାଇଁ ଏହାକୁ ଆଉ କିଛିବର୍ଷ ଲାଗିଯିବ ବୋଲି ଚକ୍ରବର୍ତ୍ତୀ କହିଛନ୍ତି।

କମ୍ପାନି ଏହାର ୱେବସାଇଟ୍‌ରେ ଦାବି କରିଛି ଯେ ଯେଉଁ ସ୍ଥାନରେ ପହଞ୍ଚିବାକୁ ସାଧାରଣତଃ ୧ ଘଣ୍ଟା ଲାଗିଥାଏ ଇପ୍ଲେନ ଜରିଆରେ ସେଠାରେ ୧୪ ମିନିଟରେ ପହଞ୍ଚି ହେବ। ଅଧିକନ୍ତୁ କମ୍ପାନି ଯେଉଁ ଡ୍ରୋନ୍‌ର ବାଣିଜ୍ୟିକ ଉଡ଼ାଣ ପାଇଁ ଯୋଜନା ରଖିଛି ସେଥିରେ ପ୍ରଥମେ ମୌଳିକ ସୁବିଧା ରହିବ। ପରେ ଏହାକୁ ଉନ୍ନତମାନର କରାଯିବ। ଉଲ୍ଲେଖଯୋଗ୍ୟ, ଇଣ୍ଡିଗୋର ମୂଳ କମ୍ପାନି ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଏବଂ ଆମେରିକାର ଆର୍ଚର ଏଭିଏସନ ଇଲେକ୍ଟ୍ରିକ ଏୟାର ଟ୍ୟାକ୍ସି ସେବା ୨୦୨୬ ସୁଦ୍ଧା ଆରମ୍ଭ କରିବାକୁ ଯୋଜନା ରଖିଛି ବୋଲି ଘୋଷଣା କରିଛି। ଦିଲ୍ଲୀର କନ୍ନଟ ପ୍ଲେସରୁ ଗୁରୁଗ୍ରାମକୁ ୭ ମିନିଟ ମଧ୍ୟରେ ଏହା ଯାତ୍ରୀଙ୍କୁ ପହଞ୍ଚାଇବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe