ଏପ୍‌ସନ୍‌ ପାଖରେ ଇଙ୍କ୍‌ଜେଟ୍‌ ପ୍ରିଣ୍ଟର୍‌ର ୩୯.୩% ବଜାର ଅଂଶ

Advertisment
ଏପ୍‌ସନ୍‌ ପାଖରେ ଇଙ୍କ୍‌ଜେଟ୍‌ ପ୍ରିଣ୍ଟର୍‌ର ୩୯.୩% ବଜାର ଅଂଶ

ଭୁବନେଶ୍ବର: ଭାରତର ଇଙ୍କଜେଟ୍‌ ପ୍ରିଣ୍ଟର୍‌ ବଜାରରେ ଏପ୍‌ସନ୍‌ ଏହାର ଅଗ୍ରଣୀ ସ୍ଥାନ ବଜାୟ ରଖିଛି। ୨୦୨୨ ଚତୁର୍ଥ ତ୍ରୈମାସିକ ସୁଦ୍ଧା କଂପାନି ପାଖରେ ୩୯.୩ ପ୍ରତିଶତ ବଜାର ଅଂଶ ରହିଛି। ଏହି ତ୍ରୈମାସିକରେ କଂପାନି ୮,୫୩,୫୭୨ ପ୍ରିଣ୍ଟର୍‌ ବିକ୍ରି ଲାଗି ପଠାଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଏହାର ପରିବେଶ ମିତବ୍ୟୟୀ ଓ ସୁଲଭ ଇକୋଟ୍ୟାଙ୍କ୍‌ ପ୍ରିଣ୍ଟର୍‌ ଉଭୟ ଘରୋଇ ଓ ବ୍ୟବସାୟୀଙ୍କ ଦ୍ବାରା ବିଶେଷ ଭାବେ ଗ୍ରହଣୀୟ ହୋଇଛି।

ଏଥିରେ ଥିବା ହିଟ୍‌-ଫ୍ରି ପ୍ରଯୁକ୍ତି ଲେଜର ପ୍ରିଣ୍ଟର୍‌ ତୁଳନାରେ କମ୍ ବିଦ୍ୟୁତ ଆବଶ୍ୟକ କରୁଛି। ୨୦୧୧ରେ କଂପାନି ଏହାର ପ୍ରଥମ ଇଙ୍କ୍‌ଟ୍ୟାଙ୍କ୍‌ ପ୍ରିଣ୍ଟର୍‌ ଆଣିଥିଲା। ଗତ ୧୧ ବର୍ଷ ଭିତରେ କଂପାନି ୬୦ ଲକ୍ଷରୁ ଅଧିକ ଇକୋଟ୍ୟାଙ୍କ୍‌ ପ୍ରିଣ୍ଟର୍‌ ଭାରତରେ ବିକ୍ରି କରିଥିବା ବେଳେ ସାରା ବିଶ୍ବରେ ୭ କୋଟି ପ୍ରିଣ୍ଟର୍‌ ବିକ୍ରି କରିଛି। ଏହି ଅବସରରେ କଂପାନିର ବରିଷ୍ଠ ମହାପ୍ରବନ୍ଧକ ଶିବ କୁମାର କହିଛନ୍ତି ଯେ ଉଭୟ ପରିବେଶ ମିତବ୍ୟୟୀ ଓ ସୁଲଭ ପ୍ରିଣ୍ଟିଂ ସମାଧାନ ପ୍ରଦାନ କରିବା ଲାଗି ଏପ୍‌ସନ୍ ପ୍ରତିବଦ୍ଧ ରହିଛି। ଏପ୍‌ସନ୍‌ର ଇକୋଟ୍ୟାଙ୍କ୍‌ ପ୍ରିଣ୍ଟର୍‌ ପ୍ରିଣ୍ଟିଂକୁ ଅଧିକ ନିରନ୍ତର କରିପାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe