ଇଏସ୍‌ଆଇର ସୁବିଧା ସମାଗମ

Advertisment
ଇଏସ୍‌ଆଇର ସୁବିଧା ସମାଗମ

ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇ)ର ସୁବିଧା ସମାଗମ ବୁଧବାର ଏହାର ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟାଳୟ ଜନପଥର ପଞ୍ଜଦୀପ ଭବନରେ ରହିଛି। ରାଜ୍ୟରେ ଥିବା ଇଏସ୍‌ଆଇର ୨୪ଟି ଶାଖା କାର୍ଯ୍ୟାଳୟରେ ଅପରାହ୍ନ ୩ଟାରେ ସୁବିଧା ସମାଗମ କାର୍ଯ୍ୟକ୍ରମ ୧୩ ତାରିଖ (ଶୁକ୍ରବାର) ଦିନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅପିଯୋଗ/ଆପତ୍ତିର ଶୁଣାଣି କରାଯାଇଥାଏ। ଉଲ୍ଲେଖଯୋଗ୍ୟ, ପ୍ରତି ମାସର ଦ୍ୱିତୀୟ ବୁଧବାରରେ ଆଞ୍ଚଳିକ କାର୍ଯ୍ୟାଳୟରେ ଓ ଦ୍ୱିତୀୟ ଶୁକ୍ରବାର ଦିନ ଶାଖା କାର୍ଯ୍ୟାଳୟଗୁଡ଼ିକରେ ସୁବିଧା ସମାଗମ ଆୟୋଜନ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe