ପେଟ୍ରୋଲ୍ ଦାମ୍ କମିବା ଆଶା ବଢ଼ିଲା

Advertisment

ଅଶୋଧିତ ତୈଳ ଦାମ୍ ୬୭ ଡଲାରରୁ କମ୍, ୯ ମାସ ହେଲାଣି ଦାମ୍ କମୁନି

ଅଶୋଧିତ ତୈଳ ଦାମ୍ ୬୭ ଡଲାରରୁ କମ୍, ୯ ମାସ ହେଲାଣି ଦାମ୍ କମୁନି

ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପରେ ଫେରୁଛି ସ୍ବାଭାବିକ ପରିସ୍ଥିତି

The Hans India

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୭୬ ଡଲାରରୁ କମ୍ ହୋଇଛି। ନିଜର ୮୫% ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ଭଳି ଦେଶ ପାଇଁ ଏହା ଏକ ଭଲ ଖବର। କିନ୍ତୁ ଭାରତୀୟମାନେ ଏହା ଦ୍ବାରା ଉପକୃତ ହେଉନାହାଁନ୍ତି। ଅଶୋଧିତ ତୈଳ ଦରରେ ହୋଇଥିବା ହ୍ରାସର ଲାଭ ଭାରତୀୟଙ୍କ ପାଖରେ ପହଞ୍ଚୁନାହିଁ। ଚଳିତ ବର୍ଷ ଏପ୍ରିଲ୍ ୬ ପରଠାରୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଶୋଧିତ ତୈଳ ଦାମ୍ ୮୦ ଡଲାରରୁ କମ୍ ହୋଇଥିବାରୁ ଲୋକମାନଙ୍କ ମନରେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ ହ୍ରାସ ପାଇବା ନେଇ ଆଶା ସୃଷ୍ଟି ହୋଇଛି। କିନ୍ତୁ ବା‌ସ୍ତବରେ ତେଲ ଦାମ୍‌ କମିବ ନା ନାହିଁ ତାହା କାହାକୁ ଜଣାପଡ଼ିଛି। ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ମୁହଁ ଖୋଲୁନାହାନ୍ତି।

କରୋନା ମହାମାରୀ ପରେ ଟିକସ ବୃଦ୍ଧି ଓ ଅନ୍ୟାନ୍ୟ କାରଣ ଯୋଗୁ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ୍‌ ଦାମ୍ ତା’ଠାରୁ ଅଳ୍ପ କିଛି ଟଙ୍କା କମ୍ ରହିଛି। ଗତ ମାର୍ଚ୍ଚରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତୈଳ ଦାମ୍ ୧୪୦ ଡଲାର ପାଖାପାଖି ବୃଦ୍ଧି ପାଇଥିଲା। ଏବେ ତାହା ୮୦ ଡଲାର ତଳକୁ ଖସିଥିଲେ ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ତାହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ତେଲ ଦର ଏକ ନିର୍ଦିଷ୍ଟ ଦାମ୍‌ରେ ସ୍ଥିର ହୋଇଯାଇଛି। ୨୦୧୪ରେ ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ବେଳେ ଅଶୋଧିତ ତୈଳ ଦାମ୍ ୧୦୮ ଡଲାର ଥିଲା। ସେହି ସମୟରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୭୧ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୫୫ ଟଙ୍କା ୬୦ ପଇସା ପାଖାପାଖି ଥିଲା। ଏବେ ଅଶୋଧିତ ତେଲ ଦାମ୍ ୭୬ ଡଲାର ତଳକୁ ଖସିଥିଲେ ମଧ୍ୟ ପେଟ୍ରୋଲ୍‌ ଦାମ୍ ଭୁବନେଶ୍ବରରେ ୧୦୩ ଟଙ୍କା ୧୯ ପଇସା ଓ ଡିଜେଲ୍ ଦାମ୍ ୯୪ ଟଙ୍କା ପାଖାପାଖି ରହିଛି। ଗତ ଆଠ ବର୍ଷ ଭିତରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଉପରେ ଟିକସ ୨୯୪ ପ୍ରତିଶତ ଏବଂ ଡିଜେଲ୍‌ରେ ୬୧୨ ପ୍ରତିଶତ ବଢ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe