ରାଜ୍ୟ ବଜେଟ୍‌ରେ ବ୍ୟୟବରାଦ: କାର୍ଯ୍ୟକ୍ରମ ପାଇଁ କମ୍, ପ୍ରଶାସକୀୟ ଅଧିକ

Advertisment

ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମ ଉନ୍ନୟନ ବ୍ୟୟବରାଦ ହ୍ରାସ, ଅର୍ଥନୈତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ କମ୍ ଟଙ୍କା

ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମ ଉନ୍ନୟନ ବ୍ୟୟବରାଦ ହ୍ରାସ, ଅର୍ଥନୈତିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ କମ୍ ଟଙ୍କା

ଓଡ଼ିଶା ବଜେଟ୍‌ ୨୦୨୩-୨୪: କେଉଁ ବିଭାଗକୁ କେତେ ?

Update Odisha

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି ‌ସେଥିରେ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ବ୍ୟୟବରାଦ କମ୍ ରହିଥିବା ବେଳେ ପ୍ରଶାସକୀୟ କାର୍ଯ୍ୟ ପାଇଁ ଅଧିକ ବ୍ୟୟବରାଦ କରାଯାଇଛି। ମୋଟ ବଜେଟ୍‌ର ୮% ରାଶି ସ୍ବାସ୍ଥ୍ୟ, ଭିତ୍ତିଭୂମି, ଗ୍ରାମୀଣ ସ୍ବାସ୍ଥ୍ୟ ଓ ମାନବ ସମ୍ବଳ ନିୟୋଜନ ପାଇଁ ବ୍ୟୟବରାଦ କରିବାକୁ ପଞ୍ଚଦଶ ଅର୍ଥ ଆୟୋଗ କହିଥିଲେ ମଧ୍ୟ ବଜେଟ୍‌ରେ ଏହି ସବୁ କାର୍ଯ୍ୟ ପାଇଁ ୫% ଅର୍ଥ ଦିଆଯାଇଛି। ସ୍ବାସ୍ଥ୍ୟ ସେବା, ଶିକ୍ଷା, ପୁଞ୍ଜି ଓ ନିଯୁକ୍ତି ପାଇଁ ଲୋକମାନେ ସରକାରୀ ବ୍ୟବସ୍ଥା ଉପରେ କେତେ ନିର୍ଭରଶୀଳ ତାହା କରୋନା ମହାମାରୀ ସାମ୍ନାକୁ ଆଣିଛି। ଏହା ସତ୍ତ୍ବ ଏହି ସବୁ କାର୍ଯ୍ୟ ପାଇଁ ପୂର୍ବବର୍ଷ ତୁଳନାରେ ୨% କମ୍ ଅର୍ଥ ଦିଆଯାଇଛି। ଆଜି ସିୱାଇଏସ୍‌ଡି/ଓବାକ୍ ପକ୍ଷରୁ ଆୟୋଜିତ ‘ସଙ୍କଟ କାଳରେ ବଜେଟ୍‌ର ପ୍ରାଥମିକତା’ ଶୀର୍ଷକ ୱେବିନାର୍‌ରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି।

ବଜେଟ୍ ପ୍ରାଥମିକତା ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରାମ ଉନ୍ନୟନ ଆଦି ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ କମ୍ ବ୍ୟୟବରାଦ କରାଯାଇଛି। ଅର୍ଥନୈତିକ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ବଜେଟ୍‌ ୩୨.୬୭ ପ୍ରତିଶତ ଅର୍ଥ ଦିଆଯାଇଥିଲା। ୨୦୨୧-୨୨ ବଜେଟ୍ରେ ତାହାକୁ ୨୭.୭୭% ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ସତ୍ୟପ୍ରିୟ ରଥ କହିଛନ୍ତି ଯେ କେନ୍ଦ୍ରୀୟ ଟିକସରେ ହ୍ରାସ ଓ ଜିଏସ୍‌ଟି କ୍ଷତିପୂରଣ ଠିକ୍ ଭାବେ ନମିଳିବା ରାଜ୍ୟ ଅର୍ଥନୀତି ପାଇଁ ଏକ ବଡ଼ ପ୍ରତିବନ୍ଧକ। ଏହା ସତ୍ତ୍ବେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ କରିବା ଲାଗି ସରକାର ବଜେଟ୍‌ରେ ବ୍ୟୟବରାଦ କରିଛନ୍ତି। କୃଷି, ଲିଙ୍ଗଗତ, ଜଳବାୟୁ ଓ ଏସ୍‌ଡିଜି ପାଇଁ ସ୍ବତନ୍ତ୍ର ବଜେଟ୍‌ ଅଣାଯାଇଛି ଯାହା ସାଧାରଣ ଜନତାଙ୍କ ଆବଶ୍ୟକତା ପୂରଣ କରିବ। ଆଗାମୀ ଦିନରେ ଦରକାର ପଡ଼ିଲେ କାର୍ଯ୍ୟକ୍ରମ ବ୍ୟୟବରାଦରେ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟ ସଚିବ ଯୁଗଳ କିଶୋର ମହାପାତ୍ର କହିଛନ୍ତି ଯେ ବଜେଟ୍‌ର ଆକାର ବଡ଼ିଥିଲେ ମଧ୍ୟ କାର୍ଯ୍ୟକ୍ରମ ବ୍ୟୟବରାଦ କମିଛି। ସମ୍ବଳ ଯୋଗାଡ଼ କରିବା ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୮୩% ପଦବୀ ଖାଲି ପଡ଼ିଛି।

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପାରାମେଡିକାଲ୍ କର୍ମଚାରୀ ନିୟୋଜିତ କରିବା ସହ ଭିତ୍ତିଭୂମିକୁ ସଜାଡ଼ିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଲଘୁ ବନଜାତ ଦବ୍ୟର ସର୍ବନିମ୍ନ ମୂଲ୍ୟ ନିର୍ଧାରଣ ସମ୍ପର୍କରେ ବଜେଟ୍‌ରେ ଧ୍ୟାନ ଦେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ସିୱାଇଏସ୍‌ଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦ କହିଛନ୍ତି ଯେ ବଜେଟ୍‌ ଫଳାଫଳ ଭିତ୍ତିଭ ହେବା ଉଚିତ। ଓମ୍‌ବାଡ୍‌ସିରେ କେବଳ ରାସ୍ତାଘାଟ ତିଆରି କଲେ ଚଳିବ ନାହିଁ। ଏଥରେ ମାନବ ସମ୍ବଳ ବିକାଶ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ଅବସରରେ ରମାଦେବୀ ମହିଳା ମହାବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଡ. ସରିତା ସୂପକାର, ଅକ୍ସଫାମ୍ ଇଣ୍ଡିଆର ଡକ୍ଟର ପ୍ରଭାସ ମିଶ୍ର, ଓବାକ୍‌ର ସଂଯୋଜକ ବସନ୍ତ ମହାନ୍ତି ଓ ଉପାଲି ମହାନ୍ତି ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe