ଟୟୋଟା ‘ଟାଇଜର୍‌’ର ଏକ୍ସପେରିଏନ୍ସ ଡ୍ରାଇଭ୍‌

ଟୟୋଟା ‘ଟାଇଜର୍‌’ର ଏକ୍ସପେରିଏନ୍ସ ଡ୍ରାଇଭ୍‌

ଭୁବନେଶ୍ବର: ଇସ୍ପିରିଟ୍ ଟୟୋଟା ପକ୍ଷରୁ ଅର୍ବାନ କ୍ରୁଜର୍‌ ଟାଇଜର୍‌ର ଏକ ଏକ୍ସପେରିଏନ୍ସ ଡ୍ରାଇଭ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥ‌ିରେ ଗ୍ରାହକମାନେ ଭାଗ ନେଇ ଟାଇଜର୍‌କୁ ଚଲାଇବାର ଅନୁଭୂତି ହାସଲ କରିଥିଲେ ଏବଂ ତାହାର ବିଭିନ୍ନ ସୁବିଧାସୁଯୋଗୁଡ଼ିକ ବିଷୟରେ ଅବଗତ ହୋଇଥିଲେ। ଇ-ସିଏନ୍‌ଜି ଓ ପେଟ୍ରୋଲ୍ ଭର୍ସନରେ ଟାଇଜର୍ ଉପଲବ୍ଧ ହୋଇଛି। ଏଥିରେ ରହିଛି ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍, ଡୁଆଲ୍‌ ସାମ୍ନା ଏୟାରବ୍ୟାଗ୍‌, ଯାନ ସ୍ଥିରତା ନିୟନ୍ତ୍ରଣ, ପଛୁଆ ପାର୍କିଂ ସେନ୍‌ସର୍‌, ଏବିଏସ୍‌ ସହିତ ଇବିଡି, ଡିଫଗର, ସ୍ମାର୍ଟପ୍ଲେ ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଣ୍ଟ ବ୍ୟବସ୍ଥା, ଡୁଆଲ ଟୋନ୍ ଭିତର ପାର୍ଶ୍ବ ଏବଂ ୟୁଏସ୍‌ବି ଚାର୍ଜିଂ ଭଳି ସୁବିଧା।

ଏହା ଲୁସେଣ୍ଟ ଅରେଞ୍ଜ, ସ୍ପୋର୍ଟିନ୍ ରେଡ୍, କାଫେ ହ୍ବାଇଟ୍‌, ଏଣ୍ଟାଇସିଂ ସିଲ୍‌ଭର୍‌, ଗେମିଂ ଗ୍ରେ, ସ୍ପୋର୍ଟିନ୍ ରେଡ୍ ଏକ୍ସ ମିଡ୍‌ନାଇଟ୍‌ ବ୍ଲାକ୍, ଏନ୍‌ସାଇଟିଂ ସିଲ୍‌ଭର୍ ଏକ୍ସ ମିଡ୍‌ନାଇଟ୍‌ ବ୍ଲାକ୍ ଓ କାଫେ ହ୍ବାଇଟ୍‌ ଏକ୍ସ ମିଡ୍‌ନାଇଟ୍ ବ୍ଲାକ୍‌ ରଙ୍ଗରେ ଉପଲବ୍ଧ ହୋଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୭,୭୩, ୫୦୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe