ବି‌ଶେଷଜ୍ଞଙ୍କ କଥା ସବୁବେଳେ ସତ ହୁଏନି, ରତନ ଟାଟାଙ୍କ ‌ ପ୍ରେରଣାଦାୟୀ ବାର୍ତା

Advertisment
ରତନ ଟାଟାଙ୍କୁ ଏୟାର ଇଣ୍ଡିଆ ପାଇଲଟ୍‌ଙ୍କ ଚିଠି: ଆମକୁ ସମ୍ମାନ ମିଳୁନି

The Hindu BusinessLine

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରକୁ ନେଇ ସମଗ୍ର ଦେଶରେ ଭୟର ବାତାବରଣ ରହିଥିବା ବେଳେ ଲୋକମାନଙ୍କ ମନରେ ଆଶା ସଞ୍ଚାର କରିବା ଲାଗି ଟାଟା ଗ୍ରୁପ୍‌ର ମୁଖ୍ୟ ରତନ ଟାଟା ପ୍ରେରଣାଦାୟୀ ବାର୍ତା ଜାରି କରିଛନ୍ତି। ବିଶେଷଜ୍ଞମାନଙ୍କ କଥା ସବୁ ବେଳେ ସତ ହୁଏ ନାହିଁ। ଅନେକ ସମୟରେ ଚମତ୍କାର ହୁଏ ବୋଲି ସେ ଜଣାଇଛନ୍ତି। କିଭଳି ବିଶେଷଜ୍ଞମାନଙ୍କ ଆକଳନ ଅନେକ ସମୟରେ ଭୁଲ ପ୍ରମାଣିତ ହୋଇଛି ତାହା ସେ ଉଦାହରଣ ଜରିଆରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଯେ କରୋନା ପ୍ରଭାବ ଯୋଗୁଁ ଅର୍ଥନୀତିରେ ବଡ଼ ଧରଣର ହ୍ରାସ ଘଟିବ ବୋଲି ବିଶେଷଜ୍ଞମା‌ନେ ଆକଳନ କରିଛନ୍ତି।

ମୁଁ ସେହି ବିଶେଷଜ୍ଞମାନଙ୍କ ବିଷୟରେ ବିଶେଷ କିଛି ଜାଣିନାହିଁ। କିନ୍ତୁ ମୁଁ ନିଶ୍ଚିତ ଯେ ସେମାନେ ମାନବ ପ୍ରେରଣା ଓ ସଂକଳ୍ପ ଉଦ୍ୟମ ବିଷୟରେ କିଛି ଜାଣିନାହାନ୍ତି। ଯଦି ବିଶେଷଜ୍ଞମାନଙ୍କୁ ବିଶ୍ବାସ କରାଯାଇଥାନ୍ତା ତେବେ ଦ୍ବିତୀୟ ବିଶ୍ବଯୁଦ୍ଧର ବିଭୀଷିକା ପରେ ଜାପାନର କୌଣସି ଭବିଷ୍ୟତ ନଥିଲା। ମାତ୍ର ସେହି ସମାନ ଜାପାନ ୩ ଦଶନ୍ଧୀ ଭିତରେ ବଜାର ପ୍ରତିଦ୍ବନ୍ଦ୍ବୀତାରେ ଆମେରିକାକୁ କନ୍ଦାଇ ଦେଇଛି। ଯଦି ବିଶେଷଜ୍ଞମାନଙ୍କୁ ବିଶ୍ବାସ କରାଯାଉଥାନ୍ତା ତେବେ ଆରବୀୟମାନେ ବିଶ୍ବ ମାନଚିତ୍ରରୁ ଇସ୍ରାଏଲ୍‌କୁ ନିଶ୍ଚହ୍ନ କରିଦେଇଥାନ୍ତେ। ମା୍ର ବାସ୍ତବ ତଥ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଏରୋଡାଇନାମିକ୍ସ ନିୟମ ଅନୁସାରେ ଭଅଁର କେବେବି ଉଡ଼ିପାରିବ ନାହିଁ। କିନ୍ତୁ ତାହା ଉଡ଼ୁଛି। କାରଣ ସେ ଏରୋଡାଇନାମିକ୍ସ ନିୟମ ଜାଣିନାହିଁ। ଯଦି ବିଶେଷଜ୍ଞମାନଙ୍କୁ ବିଶ୍ବାସ କରାଯାଉଥାନ୍ତା ‌ତେବେ ଆମେ ୧୯୮୨ କ୍ରିକେଟ୍ ବିଶ୍ବକପ୍‌ର କୌଣସି ସ୍ଥାନରେ ନଥାନ୍ତେ ବୋଲି ସେ ଲେଖିଛନ୍ତି।

ପ୍ରଥମ ଆମେରିକୀୟ ମହିଳା କ୍ରୀଡ଼ାବିତ୍ ୱିଲ୍‌ମା ରୁଡୋଲ୍‌ଫ ଦୌଡ଼କୁଦରେ ଜିତିଥିବା ଚାରିଟି ଅଲିମ୍ପିକ୍ ଗୋଲ୍ଡ ମେଡାଲ୍‌ର ମଧ୍ୟ ସେ ଉଦାହରଣ ଦେଇଛନ୍ତି। ରତନ ଟାଟା ଲେଖିଛନ୍ତି ଯେ ବିଶେଷଜ୍ଞମାନଙ୍କୁ ବିଶ୍ବାସ କରାଯାଇଥିଲେ ଯେ ଦୌଡ଼ ତ ବହୁତ ଦୂର କଥା ସେ ସାହାରା ବିନା ଚାଲି ମଧ୍ୟ ପାରୁନଥାନ୍ତେ। ବିଶେଷଜ୍ଞଙ୍କୁ ବିଶ୍ବାସ କରାଯାଉଥିଲେ ଅରୁଣିମା ସିହ୍ନା ସ୍ବାଭାବିକ ଜୀବନ ବଞ୍ଚିନଥାନ୍ତେ। ସେ କିନ୍ତୁ ମାଉଣ୍ଟ୍‌ ଏଭରେଷ୍ଟ ଆରୋହଣ କରିଥିଲେ। କରୋନା ସଙ୍କଟ ଏହାଠାରୁ ଭିନ୍ନ ନୁହେଁ। ମୋର ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ କରୋନାକୁ ପରାସ୍ତ କରିବା ଏବଂ ଅତି ଚମତ୍କାର ଢଙ୍ଗରେ ଭାରତୀୟ ଅର୍ଥନୀତିରେ ସୁଧାର ଘଟିବ ବୋଲି ରତନ ଟାଟା ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe