ଆଖି ବୁଜି ବଲ୍‌ବ କିଣିଲେ ବିପଦ

Advertisment
ଆଖି ବୁଜି ବଲ୍‌ବ କିଣିଲେ ବିପଦ

ନୂଆଦିଲ୍ଲୀ: ଆଖିକୁ ସୁହାଇବା ଭଳି ଆଲୋକ ପ୍ରଦାନ କରୁଥିବା ବଲ୍‌ବ କିଣିବା କ୍ଷେତ୍ରରେ ଲୋକମାନେ ଏତେଟା ସଚେତନ ନୁହନ୍ତି। ମାତ୍ର ୨୧% ଭାରତୀୟ ଆଖିକୁ ସୁହାଇବା ଭଳି ବଲ୍‌ବ ଖରିଦ କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି।

ଫିଲିପ୍ସ ଲାଇଟିଂ ସର୍ଭେରେ କୁହାଯାଇଛି ଯେ ଭାରତୀୟମାନେ ଚର୍ମ ସମସ୍ୟ କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାକ ଯେଉଁଭଳି ଗୁରୁତ୍ୱ ପ୍ରଦାନ କରୁଛନ୍ତି, ଚକ୍ଷୁ ସମସଞା ପ୍ରତି ସେତେଟା ଗୁରୁତ୍ୱ ଦେଉନାହାନ୍ତି। ଭାରତ ସମେତ ବିଶ୍ୱର ୧୨ଟି ରାଷ୍ଟ୍ରରେ ୯୦୦୦ ଯୁବକଯୁବତୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଭାରତୀୟମାନଙ୍କର ବଲ୍‌ବ କିଣିବା ବେଳେ କେଉଁ ବିଷୟକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ତାହା ଜଣାପଡ଼ିଥିଲା। ବଲ୍‌ବ କିଣିବା ବେଳେ ୫୦% ଲୋକ ବଲ୍‌ବର ଦାମ ଦେଖି ତାହାକୁ ଖରିଦ କରିଥାନ୍ତି। ସେହିପରି ୪୮% ଲୋକ ବଲ୍‌ବ କିଣିବା ବେଳେ ତାହା କେତେ ଦୀର୍ଘସ୍ଥାୟୀ ରହିବ ତାହାକୁ ଗୁରୁତ୍ୱ ଦେଇଥାନ୍ତି। ଲୋକମାନେ କେବେ ବି ଆଖି ଉପରେ ବଲ୍‌ବ ଆଲୋକର ପ୍ରଭାବ କଣ ରହିବ ତାହା ଜାଣିବାକୁ ପ୍ରୟାସ କରନ୍ତି ନାହିଁ। ଦେଶର ପ୍ରାୟ ସବୁ ଲୋକଙ୍କ ଜୀବନରେ ଡିଜିଟାଲ୍‌ ପ୍ରଯୁକ୍ତି ପ୍ରବେଶ କରିସାରିଲାଣି। ଲୋକମାନେ ଦିନର ଅଧିକାଂଶ ସମୟ ବିଭିନ୍ନ ପ୍ରକାର ସ୍କ୍ରିନ୍‌କୁ ଦେଖୁଛନ୍ତି। ସ୍କିନ୍‌କୁ ଦେଖି ଅଧିକ ସମୟ ବିତାଉଛନ୍ତି। ଏହି ସର୍ଭେରୁ ଜଣାପଡ଼ିଛି ଯେ ପ୍ରାୟ ୭୦% ଲୋକ ଦିନକୁ ୬ ଘଣ୍ଟାରୁ ଅଧିକ ସମୟ ସ୍କ୍ରିନ୍‌କୁ ଦେଖି ବିତାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି।
ଏହି ସର୍ଭେ ଏଭଳି ସମୟରେ କରାଯାଇଛି ଯେତେବେଳେ ସାରା ବିଶ୍ୱରେ କ୍ଷୀଣ ଦୃଷ୍ଟିଦୋଷ ପରିମାଣ ବଢ଼ିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ) ଆକଳନ କରିଛି ଯେ ୨୦୫୦ ସୁଦ୍ଧା ପ୍ରତି ଦୁଇ ଜଣରୁ ଜଣଙ୍କଠାରେ କ୍ଷୀଣ ଦୃଷ୍ଟିଦୋଷ ଦେଖାଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe