ଫେସ୍‌ବୁକ୍‌ର ନୂଆ ଗବେଷଣା: ଏଣିକି ଦୃଷ୍ଟିହୀନ ଏବଂ ଶ୍ରବଣଶକ୍ତି ବିହୀନ ବ୍ୟକ୍ତି ବି ନେଇପାରିବେ ଚାଟିଂର ମଜା

Advertisment
ଫେସ୍‌ବୁକ୍‌ର ନୂଆ ଗବେଷଣା: ଏଣିକି ଦୃଷ୍ଟିହୀନ ଏବଂ ଶ୍ରବଣଶକ୍ତି ବିହୀନ ବ୍ୟକ୍ତି ବି ନେଇପାରିବେ ଚାଟିଂର ମଜା

ନୂଆଦିଲ୍ଳୀ: ଦିନକୁ ଦିନ ବିଶ୍ୱର ସର୍ବାଧିକ ଲୋକପ୍ରିୟ ସୋସିଆଲ୍‌ ସାଇଟ୍‌ ଫେସ୍‌ବୁକ୍‌ ନୂଆ ନୂଆ ଫିଚର୍‌ ସବୁ ବାହାର କରିବାରେ ଲାଗିଛି। ନିକଟରେ ଫେସ୍‌ବୁକ୍‌ର ଗବେଷକ ଏକ ତାରଯୁକ୍ତ ଡିଭାଇସ୍‌ ବାହାର କରିଛନ୍ତି। ଏହି ଡିଭାଇସ୍‌ ଜରିଆରେ ଏଣିକି ଦୃଷ୍ଟିହୀନ ଏବଂ ଶ୍ରବଣଶକ୍ତି ବିହୀନ ବ୍ୟକ୍ତି ବି ଫେସ୍‌ବୁକ୍‌ରେ ଚାଟିଂ କରିବାରେ ସମର୍ଥ ହୋଇଛନ୍ତି। ଏହି ତାରଯୁକ୍ତ ଡିଭାଇସ୍‌କୁ ବ୍ୟବହାରକାରୀଙ୍କୁ ନିଜ ହାତରେ ଲଗାଇବାକୁ ପଡୁଛି। ଫଳରେ କେତେ ନିର୍ଦ୍ଦିଷ୍ଟ ସାଉଣ୍ଡ୍‌ ଓ ଭାଇବ୍ରେସନ୍‌ ଦ୍ୱାରା ବ୍ୟବହାରକରୀଙ୍କୁ ମେସେଜ୍‌ ସଂପର୍କରେ ଡିଭାଇସ୍‌ ଅବଗତ କରାଉଛି।

publive-image

ଉଲ୍ଲେଖଯୋଗ୍ୟ, ମାତ୍ର ୧୦୦ ମିନିଟ୍‌ର ପ୍ରଶିକ୍ଷଣ ପାଇବା ପରେ ବ୍ୟବହାରକାରୀ ୧୦୦ ଶବ୍ଦକୁ ୯୦ ପ୍ରତିଶତ ଶିଖିବାରେ ସଫଳ ହୋଇଥିଲେ। ଏପରିକି ଆଉ କିଛି ବ୍ୟବହାରକୀ ଅନ୍ୟ ଏକ ପ୍ରଶିକ୍ଷଣ ସମୟରେ ୧୦୦ ମିନିଟ୍‌ରେ ୫୦୦ ଶବ୍ଦ ଶିଖିପାରିବାରେ ସମର୍ଥ ହୋଇଥିଲେ। ବୁଧବାର ଏମ୍‌ଆଇଟି ଟେକ୍‌ନୋଲୋଜି ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି।

ଗବେଷକ ବାହାରି କରିଥିବା ଏହି ଡିଭାଇସ୍‌ ଦ୍ୱାରା ବ୍ୟବହାରକାରୀ ତାଙ୍କର ସ୍ମାର୍ଟଫୋନ୍‌ ମେସେଜ୍‌କୁ ବି ନିଜର ବାହୁରେ ଅନୁଭବ କରିପାରିବେ। ବିନା ପଢ଼ି କରି ବି ଆସିଥିବା ମେସେଜ୍‌ ସଂପର୍କରେ ସୂଚନା ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe