ଏଣିକି ହ୍ଵାଟସ୍‌ଆପ୍‌ ଭଳି ପଠାଇଥିବା ମେସେଜକୁ ଫେସ୍‌ବୁକ୍‌ରୁ ବି ଡିଲିଟ କରି ପାରିବେ 

Advertisment
ଏଣିକି ହ୍ଵାଟସ୍‌ଆପ୍‌ ଭଳି ପଠାଇଥିବା ମେସେଜକୁ ଫେସ୍‌ବୁକ୍‌ରୁ ବି ଡିଲିଟ କରି ପାରିବେ 

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ମେସେଞ୍ଜର ବ୍ୟବହାରକାରୀ ଖୁବ୍‌ ଶୀଘ୍ର ନିଜେ ପଠାଇ ଥିବା ମେସଜକୁ ଡିଲିଟ୍‌ କରି ପାରିବାର ସୁବିଧା ପାଇ ପାରିବେ। ଏନେଇ ଏକ ନୂଆ ଭର୍ସନ୍‌ର ଫଚର ଆସୁଥିବା ଫେସ୍‌ବୁକ ପକ୍ଷରୁ ପ୍ରକାଶ। ଏହି ନୂଆ ଭର୍ସନ୍‌ ଫିଚରରେ ବ୍ୟବହାରକାରୀ ମେସେଞ୍ଜରରେ ପଠାଇ ଥିବା ମେସେଜକୁ ପଠାଇବାର ୧୦ ମିନିଟ୍‌ ମଧ୍ୟରେ ଡିଲିଟ୍‌ କରି ପାରିବେ।  ତେବେ ଏହି ଫିଚର ସର୍ବପ୍ରଥମେ ଆଇଓଏସ୍‌ ଭର୍ସନ୍‌ରେ ଉପଳବ୍ଧ ହେବ।

ଫେସ୍‌ବୁକ୍‌ ପକ୍ଷରୁ ପ୍ରକାଶ, ଏହି ନୂଆ ଅପଡେଟ ଦ୍ୱାରା ଆଇଓଏସ୍‌ ବ୍ୟବହାରକାରୀ ଫେସ୍‌ବୁକ୍‌ ମେସେଞ୍ଜରରେ ପଠାଇ ଥିବା ନିଜର କୌଣସି ମେସେଜ୍‌କୁ ୧୦ମିନିଟ୍‌ ଭିତରେ ଡିଲିଟ କରି ପାରିବେ। ଏହି ସୁବିଧା ଉପଲବ୍ଧ ହେବା ପରେ କେହି ବି ଯଦି ଭୁଲରେ କୌଣସି ମେସେଜ ହେଉ ଅବା ଫଟୋ ଆଦି ଭୁଲରେ ଫେସ୍‌ବୁକ୍‌ ମେସେଞ୍ଜରରେ ପଠାଇ ଦିଅନ୍ତି, ତେବେ ବିଚଳିତ ନହୋଇ ୧୦ମିନିଟ୍‌ ଭିତରେ ଆରମ୍‌ରେ ସେହି ମେସେଜଟିକୁ ଡିଲିଟ କରି ପାରିବେ। ଏହି ନୂଆ ଫିଚର ସମ୍ପର୍କରେ ସୂଚନା ଚଳିତ ବର୍ଷ ଏପ୍ରିଲରେ ମିଳିଥିଲା। ପରୀକ୍ଷଣ ହେବା ପରେ ଫେସ୍‌ବୁକ ଏହି ନୂତନ ଭର୍ସନ୍‌ର ଘୋଷଣା କରିଛି।

ଗତବର୍ଷ ଫେସ୍‌ବୁକ ହ୍ଵାର୍ଟସ୍‌ଆପ୍‌ରେ ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌କୁ ଯୋଡ଼ିଥିଲା। ଯାହାକି ଆପଣଙ୍କ ଚାଟ ବକ୍ସରୁ ଚାହୁଁଥିବା ମେସେଜକୁ ଡିଲିଟ୍‌ କରି ଦେଇଥାଏ। ତେବେ ମେସେଜ ଡିଲିଟ କରିବା ପାଇଁ ହ୍ଵାଟସ୍‌ଆପ୍‌ ଆପଣଙ୍କୁ ଦୁଇଟି ବିକଳ୍ପ ଦେଇଥାଏ।  ଗୋଟିଏ ମେସେଜ ‘ଡିଲିଟ ଫର୍‌ ଏଭ୍ରିଓ୍ଵାନ୍‌’ ଓ ‘ଡିଲିଟ୍‌ ଫର୍‌ ମି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe