ନୂଆଦିଲ୍ଲୀ: ରକ୍ତଦାନ ପାଇଁ ଫେସବୁକ୍ ଭାରତୀୟ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂତନ ଫିଚର । ଫେସବୁକର ଏହି ଫିଚର ଜରିଆରେ ଆପଣ ଚାହିଁଲେ ରକ୍ତଦାନ କରିପାରିବେ । ଅକ୍ଟୋବର ୧କୁ ରାଷ୍ଟ୍ରୀୟ ବ୍ଲଡ଼ ଡୋନର ଡେ ରୁପେ ପାଳନ କରାଯାଏ। ତେଣୁ ଫେସବୁକ ଏହି ଫିଚରକୁ ଅକ୍ଟୋବର ୧ରେ ଲଞ୍ଚ କରିବାର ଯୋଜନା ରଖିଛି।
ଫେସବୁକ ଅନୁସାରେ ଭାରତରେ ଶୁଦ୍ଧ ରକ୍ତର ଅଭାବ ରହିଛି । ଏଠାରେ ଅନେକ ପରିବାର ଓ ଗ୍ରାହକ ସୋସିଆଲ ମିଡ଼ିଆ ଜରିଆରେ ରକ୍ତାଦାତାଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତି । ଏହାକୁ ଦୃଷ୍ଟିରେ ରଖି ଫେସବୁକ ଏପରି ଏକ ଅଭିନବ ପଦକ୍ଷେପ ନେଇଛି ଓ ଭାରତୀୟ ଗ୍ରାହକଙ୍କ ପାଇଁ ନୂତନ ଫିଚର ଆଣିଛି । ଏହି ଫିିଚର ଜରିଆରେ ରକ୍ତଦାତା, ଡାକ୍ତରଖାନା ଓ ରୋଗୀଙ୍କ ସହ ସିଧାସଳଖ ସମ୍ପର୍କ କରିପାରିବେ।
ଫେସବୁକ ଅକ୍ଟୋବର ୧ରୁ ରକ୍ତଦାନ ପଞ୍ଚୀକରଣ ପାଇଁ ନ୍ୟୁଜ ଫିଡରେ ଏକ ମେସେଜ ଦେଖାଇବ। ଯାହା ଉପରେ କ୍ଲିକ କରି ରକ୍ତାଦାତା ପଞ୍ଜିକରଣ କରିପାରିବେ। ଏହି ଫିଚର ଡିଫଲ୍ଡ ରୁପରେ ପ୍ରାଇଭେଟ (ଓନଲି ମି) ରହିବ, ଯଦି ଗ୍ରାହକ ଏହାକୁ ସର୍ବସାଧାରଣରେ ସେୟାର କରିବା ପାଇଁ ଚାହାନ୍ତି ତେବେ ସେଟିଂ ବଦଳାଯାଇପାରିବେ। ଏହି ଫିଚର ଆଣ୍ଡ୍ରଏଡ଼୍ ଓ ମୋବାଇଲ ୱେବରେ ପ୍ରଥମେ ଉପଲବ୍ଧ ହେବ।
Follow Us