ମାତ୍ର ୨୮୫ଟଙ୍କାରେ ଫେସ୍‌ବୁକ୍‌ ପାସ୍‌ଓ୍ଵାର୍ଡ ଓ ୭୧ ହଜାର ଟଙ୍କାରେ ସମସ୍ତ ଅନ୍‌ଲାଇନ୍‌ ତଥ୍ୟ ବିକ୍ରି ହେଉଛି!

Advertisment
ମାତ୍ର ୨୮୫ଟଙ୍କାରେ ଫେସ୍‌ବୁକ୍‌ ପାସ୍‌ଓ୍ଵାର୍ଡ ଓ ୭୧ ହଜାର ଟଙ୍କାରେ ସମସ୍ତ ଅନ୍‌ଲାଇନ୍‌ ତଥ୍ୟ ବିକ୍ରି ହେଉଛି!

ନୂଆଦିଲ୍ଲୀ: ଆଜିକା ସମୟରେ ଇଣ୍ଟରନେଟ୍‌ ଜରିଆରେ ସମସ୍ତ କାମ ସମ୍ଭବ ହୋଇ ପାରୁଛି। ରେଳ ଟିକେଟ ବୁକିଂଠାରୁ ଆରମ୍ଭ କରି ଟଙ୍କା ନେଣଦେଣ ହେଉ ଅବା ବିଜୁଳି ବିଲ୍‌ ଭରି ସକାଳୁ ଉଠିବାଠାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ ଲୋକମାନେ ଇଣ୍ଟରନେଟ ଜରିଆରେ ସମସ୍ତ କାମ କରୁଛନ୍ତି। ଅଧିକାଂଶ ଇଣ୍ଟରନେଟ ବ୍ୟବହାରକାରୀ ଫେସ୍‌ବୁକ୍‌ ଓ ଇମେଲ୍‌ ବି ବ୍ୟବହାର କରୁଛନ୍ତି।

ତେବେ ଏମିତିରେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରୁ ଜଣାପଡ଼ିଛି କି, ଇଣ୍ଟରନେଟ ବ୍ୟବହାର ଯେତିକି ଆଗକୁ ବଢ଼ି ଚାଲିଛି ସେଥିରେ ଜଡ଼ିତ ଦୁର୍ନୀତି ବି ଧୀରେଧୀରେ ସେତିକି ବୃଦ୍ଧି ପାଇବାରେ ଲାଗିଛି। ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଥିବା ତଥ୍ୟକୁ ଚେରାଇ ନିଆଯାଉଛି। ତେବେ ଏହି ତଥ୍ୟ ଚେରାଇ ଏହାର କ୍ରୟ ଓ ବିକ୍ରି ବି ଆରମ୍ଭ ହୋଇଗଲାଣି। ଇଣ୍ଟରନେଟ୍‌ର ଏହି କଳା ବଜାରରେ ତଥ୍ୟ ବିକ୍ରିର ମୂଲ୍ୟ ବି ସ୍ଥିର କରାଯାଇଛି।

publive-image

ମନିଗୁରୁ ଦ୍ୱାରା କରାଯାଇଥିବା ଗବେଷଣା ରିପୋର୍ଟ ଦାବି କରିଛି କି, ବ୍ୟାଙ୍କ ଖାତା, କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଇମେଲ ସହିତ ଜଡ଼ିତ ଥିବା ତଥ୍ୟକୁ ମାତ୍ର କେତେ ଟଙ୍କାରେ ବିକ୍ରି କରି ଦିଆଯାଉଛି। ଏହି କଳା ବଜାରରେ ଫେସ୍‌ବୁକ୍‌ ପାସ୍‌ଓ୍ଵାର୍ଡ ମୂଲ୍ୟ ମାତ୍ର ୨୮୫ ଟଙ୍କା ରହିଥିବା ବେଳେ ୭୧ ହଜାର ଟଙ୍କାରେ ସମସ୍ତ ଅନ୍‌ଲାଇନ୍‌ ତଥ୍ୟ ବିକ୍ରି ହେଉଛି। ସେହିପରି ରେଡିଟ୍‌ ପାସ୍‌ଓ୍ଵାର୍ଡ ୧୫୨ଟଙ୍କାରେ, ଇନ୍‌ଷ୍ଟାଗ୍ରାମ ପାସ୍‌ଓ୍ଵାର୍ଡ ୪୫୭ଟଙ୍କାରେ, ଟୁଇଟର ପାସ୍‌ଓ୍ଵାର୍ଡ ୨୩୮ ଟଙ୍କାରେ ଓ ପିଣ୍ଟରେଷ୍ଟ ପାସ୍‌ଓ୍ଵାର୍ଡ ୬୧୯ଟଙ୍କାରେ ବିକ୍ରି ହେଉଛି। କେବଳ ଏତିକି ନୁହେଁ ଜିମେଲର ପାସ୍‌ଓ୍ଵାର୍ଡ ୨୩୮ଟଙ୍କାରେ, ଏଓଏଲ ପାସ୍‌ଓ୍ଵାର୍ଡ ୨୦୦ଟଙ୍କାରେ, ଓ ହଟମେଲ ପାସ୍‌ଓ୍ଵାର୍ଡ ମାତ୍ର ୭୧ଟଙ୍କାରେ ବିକ୍ରି କରାଯାଉଛି।

ତେବେ ଚୋରି କରାଯାଉଥିବା ଡାଟାକୁ ବିଭନ୍ନ କମ୍ପାନିକୁ ବିକ୍ରି କରି ଦିଆଯାଇଥାଏ। ଏହି କମ୍ପାନି ନିଜ ଫାଇଦା ଅନୁସାରେ ଏହାର ବ୍ୟବହାର କରିଥାଏ। ତେବେ ଏଥିରୁ ମୁକ୍ତି ପାଇବାର ଉପାୟ ବି ରହିିଛି। ଇଣ୍ଟରନେଟ ବ୍ୟବହାରକାରୀ ସାବଧାନତା ଅବଲମ୍ବନ କରି ନିଜ ଡାଟାକୁ ସୁରକ୍ଷିତ ରଖି ପାରିବେ। ଏଥିପାଇଁ ପାସ୍‌ଓ୍ଵାର୍ଡ ସର୍ବଦା ଦୁଇଟି ଲେବଲ୍‌ ହେବା ଆବଶ୍ୟକ। କାରଣ କୌଣସି ବି ଆକାଉଣ୍ଟ ଲଗ୍‌ଇନ୍‌ କଲେ ମୋବାଇଲରେ ଓଟିପି ଆସିବ। ଏପରି କରିବା ଦ୍ୱାରା ଆପଣଙ୍କ ତଥ୍ୟ ଚୋରି ହେବାର ସମ୍ଭାବନା କମ୍‌ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe