ନାଁ ବଦଳାଇବାକୁ ଯୋଜନା କରୁଛି ‘ଫେସ୍‌ବୁକ୍‌’: ରିପୋର୍ଟ

Advertisment
ନାଁ ବଦଳାଇବାକୁ ଯୋଜନା କରୁଛି ‘ଫେସ୍‌ବୁକ୍‌’: ରିପୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ‘ଫେସ୍‌ବୁକ୍‌’ ତା’ର ନାମ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା କଥା ମଙ୍ଗଳବାର ଦିନ ‘ଦି ଭର୍ଜ’ ରିପୋର୍ଟ କରିଛି।
ଅକ୍ଟୋବର ୨୮ ତାରିଖ ହେବାକୁ ଥିବା କମ୍ପାନିର ବାର୍ଷିକ ‘କନେକ୍ଟ୍‌’ ସମ୍ମିଳନୀରେ ‘ଫେସ୍‌ବୁକ୍‌’ର ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌ ମାର୍କ ଜୁକରବର୍ଗ ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଯୋଜନା କରୁଛନ୍ତି, କିନ୍ତୁ, ତା’ପୂର୍ବରୁ ମଧ୍ୟ ନାମ ପରିବର୍ତ୍ତନ ହୋଇ ପାରେ ମଧ୍ୟ ଏ ସଂକ୍ରାନ୍ତରେ ପ୍ରତ୍ୟକ୍ଷ ଭାବେ ଜାଣିଥିବା ବ୍ୟକ୍ତିବିଶେଷଙ୍କସୂତ୍ରକୁ ଆଧାର କରି ‘ଦି ଭର୍ଜ’ ରିପୋର୍ଟ କରିଛି।

କିନ୍ତୁ, ଏ ବିଷୟରେ ପଚାରାଯିବାରୁ ‘ଫେସ୍‌ବୁକ୍‌’ କହିଲା, ‘ଗୁଜବ କିଂବା କଳ୍ପନାଜଳ୍ପନା’ ବିଷୟରେ ମନ୍ତବ୍ୟ ଦେବ ନାହିଁ।

‘ଫେସ୍‌ବୁକ’ର ବ୍ୟବସାୟ ଧାରା ଉପରେ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ଅନୁସନ୍ଧାନ ତୀବ୍ରତର ହେଉଥିବା ବେଳେ ଏଭଳି ଖବର ଶୁଣାଯାଉଛି। ‘ଫେସ୍‌ବୁକ୍‌’ ଉପରେ ‘କଂଗ୍ରେସ’ର ରାଗ ବୃଦ୍ଧି ପାଉଥିବା ଦର୍ଶାଇ ଉଭୟ ଦଳର ସାଂସଦମାନେ ତାହାକୁ (ଫେସ୍‌ବୁକ୍‌) ସମାଲୋଚନା କରିଛନ୍ତି।

publive-image Image Courtesy of India Today

‘ଇନ୍‌ଷ୍ଟାଗ୍ରାମ୍‌’, ‘ହ୍ଵାଟ୍‌ସ୍‌ଆପ୍‌’, ‘ଓକ୍ୟୁଲସ୍‌’ ଏବଂ ଅନ୍ୟାନ୍ୟ ଗ୍ରୁପ୍‌ ସବୁ ଯେମିତି ମୂଳ କମ୍ପାନିର ତତ୍ତ୍ୱାବଧାନରେ ରହୁଛନ୍ତି, ନାମ ପରିବର୍ତ୍ତନ ହେବା ପରେ ‘ଫେସ୍‌ବୁକ୍‌’ର ସାମାଜିକ ଗଣମାଧ୍ୟମ ଆପ୍‌ ମଧ୍ୟ ସେମିତି ରହିବ ବୋଲି ‘ଦି ଭର୍ଜ’ ରିପୋର୍ଟ କରିଛି।

ସେବା କ୍ଷେତ୍ର ପ୍ରଶସ୍ତ କରିବା ଲକ୍ଷ୍ୟରେ ‘ସିଲିକନ୍‌ ଭେଲି’ରେ କମ୍ପାନିମାନେ ସେମାନଙ୍କର ନାମ ପରିବର୍ତ୍ତନ କରିବା ଅସ୍ୱାଭାବିକ କଥା ନୁହେଁ।
ଉପରୋକ୍ତ ରିପୋର୍ଟ ଅନୁସାରେ, ‘ଭର୍ଚ୍ୟୁଆଲ୍‌’ ପରିବେଶରେ ସ୍ଥାନାନ୍ତରଣ ଏବଂ ଯୋଗାଯୋଗ ରଖିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପକରଣ ବ୍ୟବହାର କରି ପାରିବା ଭଳି ତଥାକଥିତ ‘ମେଟାଭର୍ସ’ ନାମକ ‘ଅନ୍‌ଲାଇନ୍‌ ଓ୍ଵାର୍ଲଡ୍‌’ ଉପରେ ପରିବର୍ତ୍ତିତ ‘ଫେସ୍‌ବୁକ୍‌’ ଧ୍ୟାନ ନିବେଶ କରିବ।

ଏହି ‘ମେଟାଭର୍ସ’ ନିର୍ମାଣରେ ସହାୟତା ପାଇଁ ଆଗାମୀ ପାଞ୍ଚ ବର୍ଷରେ କମ୍ପାନି ‘ୟୁରୋପିଆନ୍‌ ୟୁନିୟନ୍‌’ ୧ ଲକ୍ଷ ଚାକିରି ସୃଷ୍ଟି କରିବ ବୋଲି ମଧ୍ୟ ମଙ୍ଗଳବାର ଦିନ କମ୍ପାନି ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe