ମିଥ୍ୟା ଖବର ହଟାଇବ ଫେସ୍‌ବୁକ୍‌

Advertisment
ମିଥ୍ୟା ଖବର ହଟାଇବ ଫେସ୍‌ବୁକ୍‌

ନ୍ୟୁୟର୍କ: ଫେସବୁକ୍‌ରେ ମିଥ୍ୟା ଖବରଗୁଡ଼ିକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେବ। ଏଦିଗରେ କଂପାନି କାମ ଆରମ୍ଭ କରିଦେଇଛି। ଶ୍ରୀଲଙ୍କାରେ ଏହାର ସଫଳ ପରୀକ୍ଷଣ ହୋଇଛି। ଯେଉଁ ସବୁ ପୋଷ୍ଟରେ ମିଥ୍ୟା ଖବର ରହିଛି ତାହାକ ପ୍ରଥମେ ଚିହ୍ନଟ କରାଯିବ। ଯେଉଁ ଖବର ଦ୍ୱାରା ହିଂସା ସୃଷ୍ଟି ହେବାର ଆଶଙ୍କା ଥିବ ସେଗୁଡ଼ିକୁ ହଟାଇ ଦିଆଯିବ। ବିଦ୍ୱେଷ ସୃଷ୍ଟିକାରୀ ପୋଷ୍ଟ୍‍ଗୁଡ଼ିକ ଯେଭଳି ଅଧିକ ଲୋକଙ୍କ ପାଖରେ ନ ପହଞ୍ଚେ ତାହାକୁ ଫେସ୍‌ବୁକ୍‌ ନିଶ୍ଚିତ କରିବ। ଫେସବୁକ୍‌ ମିଥ୍ୟା ଖବର ପ୍ରଚାରର ଏକ ବଡ଼ ମାଧ୍ୟମ ପାଲଟିଛି। ଏହି ସବୁ ଖବର ଯୋଗୁଁ ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହେଉଛି। ଅନେକ ନିରୀହ ଲୋକଙ୍କ ଜୀବନ ଚାଲିଯାଉଛି। ମିଥ୍ୟା ଖବରକୁ ରୋକିବା ପାଇଁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁନଥିବାରୁ ଫେସବୁକ୍‌କୁ ସାରା ବିଶ୍ୱରେ ସମାଲୋଚନା କରାଯାଉଛି। ବିଭିନ୍ନ ଦେଶର ସରକାର ଚାପ ପକାଇବା ପରେ ଫେସବୁକ୍‌ ଏବେ ନିଜ ପ୍ଲାଟଫର୍ମରୁ ମିଥ୍ୟା ଖବର ହଟାଇବା ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି। ଏଭଳି ଖବରଗୁଡ଼ିକୁ ଚିହ୍ନଟ କରିବା ପାଇଁ କଂପାନି ବିପୁଳ ପରିମାଣର ନିବେଶ ମଧ୍ୟ କରୁଛି। ଫେସବୁକ୍‌ର ମାଲିକାନାରେ ଥିବା ହ୍ଵାଟସ୍‌ଆପ୍‌ରେ ମଧ୍ୟ ଅନେକ ମିଥ୍ୟା ଖବର ପ୍ରଚାରିତ ହେଉଛି। ହ୍ଵାଟସ୍‌ଆପ୍‌ ପକ୍ଷରୁ ମଧ୍ୟ ଏଭଳି ଖବରର ପ୍ରଚାର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡ଼ିଛି।

ସତ୍ୟତା କିଭଳି ଜଣାପଡ଼ିବ?
ମିଥ୍ୟା ଖବରକୁ ହଟାଇବା ପାଇଁ ଫେସବୁକ୍‌ ବିଭିନ୍ନ ସ୍ଥାନୀୟ ସଂସ୍ଥାର ସହାୟତା ନେବ। ଯେଉଁ ପୋଷ୍ଟ୍‌ ବିବାଦୀୟ ମନେ ହେବ ତାହାକୁ ଗୋଟିଏ ସଂସ୍ଥା ନିକଟକୁ ପଠାଯିବ। ଉକ୍ତ ସଂସ୍ଥାର ମତାମତକୁ ନେଇ ଯଦି ଫେସ୍‌ବୁକ୍‌ ସନ୍ତୁଷ୍ଟ ନହେବ ତେବେ ଏହାଧିକ ସଂସ୍ଥାର ସହାୟତା ନେବ। ସ୍ଥାନୀୟ ସଂସ୍ଥା ଓ ଫେସବୁକ୍‌ ମିଳିତ ଭାବେ ଯେଉଁ ନିଷ୍ପତ୍ତି ନେବେ ତାହାକୁ କାର୍ଯ୍ୟକାରୀ କରାଯିବ। କେଉଁ ଖବର ସତ୍ୟ ଓ ମିଥ୍ୟା ତାହା ଜାଣିବାର ସୁଯୋଗ ଫେସବୁକ୍‌ ପାଖରେ ନାହିଁ। ଏ କ୍ଷେତ୍ରରେ ସ୍ଥାନୀୟ ସଂସ୍ଥାଗୁଡ଼ିକ କଂପାନିକୁ ସହଯୋଗ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe