ସିଇଓ ଜୁକରବର୍ଗଙ୍କୁ ସୁରକ୍ଷା ଦେବାକୁ ଦିନକୁ ୧୯ ଲକ୍ଷ ଖର୍ଚ୍ଚ କରିବ ଫେସ୍‌ବୁକ୍‌

Advertisment
ସିଇଓ ଜୁକରବର୍ଗଙ୍କୁ ସୁରକ୍ଷା ଦେବାକୁ ଦିନକୁ ୧୯ ଲକ୍ଷ ଖର୍ଚ୍ଚ କରିବ ଫେସ୍‌ବୁକ୍‌

ନୂଆଦିଲ୍ଳୀ: ଫେସ୍‌ବୁକ୍‌ ତା’ର ସିଇଓ ତଥା ମାର୍କ ଜୁକର ବର୍ଗ ଓ ତାଙ୍କ ପରିବାର ଲୋକଙ୍କ ସଦସ୍ୟ ପାଇଁ ଦିନକୁ ଭାରତୀୟ ମୁଦ୍ରାରେ ୧୯ ଲକ୍ଷ ଖର୍ଚ୍ଚ କରିବ ବୋଲି ଆକଳନ କରିଛି। ଜୁକରବର୍ଗଙ୍କ ଘରର ସୁରକ୍ଷା କର୍ମୀଙ୍କଠାରୁ ଆରମ୍ଭ କରି ଅଙ୍ଗରକ୍ଷୀ ଓ ବ୍ୟକ୍ତିଗତ ବିମାନ ଚଳାଚଳ ଆଦିରେ ଏହି ଅର୍ଥ ଖଚ୍ଚ ହେବ ବୋଲି ଜାଣିବାକୁ ମିଳିଛି। ଦିନକୁ ୧୯ ଲକ୍ଷ ହେଲେ ବର୍ଷକୁ ହେଉଛି ୧୦ ମିଲିୟନ୍‌ ଡଲାର। ଏହି ସବୁ ଖର୍ଚ ଫେସ୍‌ବୁକ୍‌ ବହନ କରିବ।

publive-image

ଫେସ୍‌ବୁକ୍‌ ପ୍ରତି ଜୁକରବର୍ଗଙ୍କର ଗୁରୁତ୍ୱ ଏବଂ ଦିୟିତ୍ୱ ଉୟଭକୁ ଦୃଷ୍ଟିରେ ରଖାଯାଇ କମ୍ପାନି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୨୦୧୫ରେ ଫେସ୍‌ବୁକ୍‌ ଜୁକରବର୍ଗଙ୍କ ପାଇଁ ୪,୨୫୬,୦୦୪ ଡଲାର ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୧୦ ମିଲିୟନ୍‌ ଖର୍ଚ୍ଚ କରିବାର ନିଷ୍ପତ୍ତି ନେଇଛି।

ସୂତ୍ରରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଜୁକର୍‌ବର୍ଗଙ୍କ ୧୬ଟି ସୁରକ୍ଷାକର୍ମୀ ଦଳ ରହିଛି। ଅନ୍ୟ କମ୍ପାନିଙ୍କର ସୁରକ୍ଷା ଖର୍ଚ୍ଚ ଅପେକ୍ଷା ଜୁକରବର୍ଗଙ୍କର ସୁରକ୍ଷା ଖର୍ଚ୍ଚ ଢେର୍‌ ବେଶି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe