ଫେସ୍‌ବୁକ୍‌ରୁ ଡିଲିଟ୍‌ ହେଲା ‘ବାର୍ଥ ବିକମସ୍‌ ହର’ ଭିଡିଓ, ପ୍ରଶଂସକ କଲେ ସମାଲୋଚନା

Advertisment
ଫେସ୍‌ବୁକ୍‌ରୁ ଡିଲିଟ୍‌ ହେଲା ‘ବାର୍ଥ ବିକମସ୍‌ ହର’ ଭିଡିଓ, ପ୍ରଶଂସକ କଲେ ସମାଲୋଚନା

ଲୋକପ୍ରିୟ ସୋସିଆଲ୍‌ ମିଡିଆ ଫେସ୍‌ବୁକ୍‌ରେ ଫଟୋଗ୍ରାଫର୍‌ ମୋନେଟ୍‌ ନିକୋଲ୍‌ ମଉଟ୍ରି ଅପ୍‌ଲୋଡ କରିଥିବା ଏକ ଭିଡିଓ ଡିଲିଟ୍‌ ହେବା ପରେ ଫଟୋଗ୍ରାଫର୍‌ଙ୍କର ପ୍ରଶଂସକମାନେ ଫେସ୍‌ବୁକ୍‌କୁ ସମାଲୋଚନା କରିଛନ୍ତି। ଜନ୍ମ ଫଟୋଗ୍ରାଫର୍‌ ମୋନେଟ୍‌ ନିକୋଲ୍‌ ମଉଟ୍ରି ‘ବାର୍ଥ ବିକମସ୍‌ ହର’ ଶୀର୍ଷକରେ ଫେସ୍‌ବୁକ୍‌ରେ ଏକ ଭିଡିଓ ଅପ୍‌ଲୋଡ କରିଥିଲେ। ସେହି ଭିଡିଓକୁ ୧୦୦ ମିଲିୟନ୍‌ ଲୋକ ଦେଖି ସାରିଥିଲେ। ଫେସ୍‌ବୁକ୍‌ ଅଚାନକ ବିନା କୌଣସି ସୂଚନା ଦେଇ ଭିଡିଓଟିକୁ ନିଜ ପେଜ୍‌ରୁ ଡିଲିଟ୍‌ କରି ଦେଇଥିଲା। ମାତ୍ର ଫଟୋଗ୍ରାଫର୍‌ଙ୍କର ପ୍ରଶଂସକମାନେ ସେହି ଭିଡିଓକୁ ବାରମ୍ବାର ଫେସ୍‌ବୁକ୍‌ରେ ଅପ୍‌ଲୋଡ କରିଥିଲେ। ଫଳରେ ଫେସ୍‌ବୁକ୍‌ ଶେଷରେ ମଉଟ୍ରିଙ୍କୁ ବ୍ଲକ୍‌ କରି ଦେଇଥିଲା।

publive-image

ମଉଟ୍ରି ଏକ ବ୍ଲଗ୍‌ ଜରିଆରେ ଜଣାଇଛନ୍ତି ଯେ, ‘ଫେସ୍‌ବୁକ୍‌ ହିଂସା, କୌଣସି ବ୍ୟକ୍ତିର ଗୁପ୍ତାଙ୍ଗ,କିମ୍ବା ମହିଳାମାନଙ୍କର ସମ୍ବେଦନଶୀଳ ଅଙ୍ଗ ପ୍ରଦର୍ଶନର ଫଟୋ ଓ ଭିଡ଼ିଓକୁ ଅପ୍‌ଲୋଡ କରିବାର ଅନୁମତି ଦେଇନଥାଏ। ମାତ୍ର ଡିଲିଟ୍‌ ହୋଇଥିବା ଭିଡିଓଟି ଡାକ୍ତରୀ ଓ ସ୍ୱାସ୍ଥ୍ୟ ସଂପର୍କିତ ହୋଇଥିବାରୁ ଏହା ବିବାଦୀୟ ନୁହେଁ। ବେଳେ ବେଳେ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଏପରି ଭିଡିଓ ଅପ୍‌ଲୋଡ କରିବାକୁ ହୁଏ। ମଣଷର ସ୍ୱାସ୍ଥ୍ୟ ଏବଂ ଜୀବନଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ କିଛି ବି ନୁହେଁ।’ ମଉଟ୍ରି ଉକ୍ତ ଭିଡିଓଟିକୁ ଆଉ ଥରେ ଅପ୍‌ଲୋଡ କରିବା ପାଇଁ ଅନୁମତି ଦେବାକୁ ଫେସ୍‌ବୁକ୍‌କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe