ଭୁଲ୍‌ ମାନିଲେ ଫେସ୍‌ବୁକ୍‌ର ମାର୍କ ଜୁକର୍‌ବର୍ଗ; କଟକଣା ପାଇଁ ନିୟମାବଳୀ ପ୍ରସ୍ତୁତ

ଫେସବୁକ ଡାଟାଚୋରି ମାମଲା:  ଭୁଲ୍ ହୋଇଯାଇଛି, ଆଗକୁ ଆଉ ହେବନାହିଁ : ଜୁକରବର୍ଗ

Facebook CEO Mark Zuckerberg is seen on stage during a town hall at Facebook's headquarters in Menlo Park, California September 27, 2015. Picture taken February 27, 2015. REUTERS/Stephen Lam/File Photo - RTX2K5PB

ନିଉୟର୍କ: ଚାରି ଦିନରୁ ଅଧିକ ନିରବ ରହିବା ପରେ, ଫେସ୍‌ବୁକ୍‌ ସିଇଓ ମାର୍କ ଜୁକର୍‌ବର୍ଗ ଭୁଲ୍‌ ସ୍ୱୀକାର କରିବା ସହ ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷିତ ରଖିବା ନିମନ୍ତେ ନିଆଯିବାକୁ ଥିବା ପଦକ୍ଷେପର ରୂପରେଖ ସ୍ଥିର କରିଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ନିର୍ବାଚନୀ ପ୍ରଚାର ସମୟରେ ଫେସ୍‌ବୁକ୍‌ରୁ ଗୋପନରେ ଡାଟା ଚୋରି ହୋଇଥିବା ଜଣାପଡ଼ିବା ପରେ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଆଜି ଜୁକର୍‌ବର୍ଗ କହିଛନ୍ତି ଯେ ବ୍ୟବହାରକାରୀଙ୍କର ଡାଟା ସୁରକ୍ଷିତ ରଖିବା ଫେସ୍‌ବୁକ୍‌ର ଦାୟିତ୍ୱ। ତାହା ନ କରି ପାରିଲେ ଫେସ୍‌ବୁକ୍‌ ଆପଣଙ୍କ ସେବା କରିବାକୁ ଯୋଗ୍ୟ ନୁହେଁ।

publive-image

ନିର୍ବାଚନକୁ ପ୍ରଭାବିତ କରିବାକୁ କେମ୍ବ୍ରିଜ୍‌ ଆନାଲିଟିକା ପ୍ରାୟ ୫୦ ମିଲିୟନ୍‌ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ଡାଟା ଗୋପନରେ ଚୋରାଇ ନେଇଛି ବୋଲି ଶୁକ୍ରବାର ଦିନ ଖବର ପ୍ରସାରିତ ହୋଇଥିଲେ ବି ଜୁକର୍‌ବର୍ଗ ଏବଂ ଫେସ୍‌ବୁକ୍‌ର ଦୁଇ ନମ୍ବର କାର୍ଯ୍ୟନିର୍ବାହୀ ସେରିଲ୍‌ ସ୍ୟାଣ୍ଡ୍‌ବର୍ଗ ଚୁପ୍‌ ରହିଥିଲେ।

publive-image

ଏ ଭଳି ପରିସ୍ଥିତି ପୁଣି ନ ଉପୁଜିବା ନିମନ୍ତେ ଫେସ୍‌ବୁକ୍‌ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିସାରିଲାଣି ବୋଲି ଜୁକର୍‌ବର୍ଗ କହିଛନ୍ତି।
କମ୍ପାନି ଆହୁରି ଅଧିକ କିଛି କରିବ ବୋଲି ମଧ୍ୟ ସେ କହିଛନ୍ତି।

ଆଜି ଏକ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଜୁକର୍‌ବର୍ଗ କହିଛନ୍ତି ଯେ ଅଡିଟ୍‌ ପାଇଁ ରାଜି ନ ହେଉଥିବା ଡେଭ୍‌ଲପର୍‌ମାନଙ୍କୁ ଫେସ୍‌ବୁକ୍‌ ନିଷିଦ୍ଧ କରିବ। ତିନି ମାସ ମଧ୍ୟରେ ଲୋକେ ଯେଉଁ ଆପ୍‌ ବ୍ୟବହାର କରି ନ ଥିବେ ସେ ଆପ୍‌ର ଡେଭଲପର୍‌ ଆଉ ସେ ଲୋକମାନଙ୍କର ଡାଟା ନେଇ ପାରିବ ନାହିଁ। ଡେଭ୍‌ଲପର୍‌ ଫେସ୍‌ବୁକ୍‌ ସହ ଚୁକ୍ତି ସ୍ୱାକ୍ଷର କରି ବ୍ୟବହାରକାରୀଙ୍କ ଅନୁମୋଦନ ନ ପାଇବା ଯାଏଁ ଡାଟା ୟୁଜର୍ସ ନେମ୍‌, ପ୍ରୋଫାଇଲ୍‌ ଫଟୋ ଏବଂ ଇମେଲ୍‌ରେ ସୀମିତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe