‘ଜିରୋ’ ଚଳଚ୍ଚିତ୍ର ଉପରେ ନକାରାତ୍ମକ ବୟାନ ଦେବା ପାଇଁ ଖୋଲା ଯାଇଥିବା ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କଲା ଟୁଇଟର୍‌

‘ଜିରୋ’ ଚଳଚ୍ଚିତ୍ର ଉପରେ ନକାରାତ୍ମକ ବୟାନ ଦେବା ପାଇଁ ଖୋଲା ଯାଇଥିବା ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କଲା ଟୁଇଟର୍‌

ମୁମ୍ବାଇ: ଅଭିନେତା ଶାହାରୁଖ ଖାନ, ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନ୍‌ କୈଫ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’ ଏ ବର୍ଷର ସବୁଠାରୁ ବେଶି ପ୍ରତୀକ୍ଷିତ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରକୁ ଅନେକ ଦିନ ହେବ ଅପେକ୍ଷା ରହିଥିଲା। ଚଳଚ୍ଚିତ୍ରର ପ୍ରମୋସନରୁ ଦେଖିବାକୁ ମିଳିଛି ଯେ ଶାହାରୁଖ୍‌ ସେଥିରେ ଜଣେ କମ୍‌ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ଭାବେ ନଜର ଆସିଛନ୍ତି। ତେବେ, ଏହି ଚଳଚ୍ଚିତ୍ର ଉପରେ ମିଥ୍ୟା ପ୍ରଚାର କରିବା ସକାଶେ ଟୁଇଟର୍‌ରେ କିଛି ନକଲି ଆକାଉଣ୍ଟ୍‌ ଖୋଲାଯାଇଥିବା ଚିହ୍ନଟ କରାଯାଇଛି। ଟୁଇଟର୍‌ ପକ୍ଷରୁ ସେହି ଆକାଉଣ୍ଟ୍‌ଗୁଡ଼ିକୁ ବନ୍ଦ କରି ଦିଆଯାଇଛି।

publive-image

ଏହି ନକଲି ଆକାଉଣ୍ଟ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ କେହି କେହି ‘ଜିରୋ’ ଚଳଚ୍ଚିତ୍ରର କିଛି ଷ୍ଟିଲ୍‌ ଫଟୋ ଓ ଭିଡିଓ କ୍ଲିପ୍‌କୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରି ସେମାନେ ଏହି ଚଳଚ୍ଚିତ୍ରକୁ ପୂର୍ବରୁ ଦେଖି ସାରିଛନ୍ତି ବୋଲି କହିବା ସହ ନକରାତ୍ମକ କଥା ପ୍ରଚାର କରିଛନ୍ତି। ଏହି ନକଲି ଆକାଉଣ୍ଟ୍‌ଗୁଡ଼ିକ ଚଳଚ୍ଚିତ୍ର ଅଭିନେତା ମନୋଜ ବାଜପେୟୀ, ଟ୍ରେଡ୍‌ ଆନାଲିଷ୍ଟ କୋମଲ ନହଥା, ସାମ୍ବାଦିକ ରାଜିବ ମସାନ୍ଦ, ଅନୁପମା ଚୋପ୍ରା, ଲେଖକ ରାହୁଲ ରାଉତ ଏବଂ ହିମେସ ମାନ୍‌କଡଙ୍କ ନାମରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe