ବଜାରରେ ମିଳୁଥିବା ନକଲି ଆଳୁ ପ୍ରତି ହୁଅନ୍ତୁ ସାବଧାନ!

Advertisment

ବଜାରରେ ଏଣିକି ନକଲି ଆଳୁ ବିକ୍ରି ହେବା ଆରମ୍ଭ ହୋଇଯାଇଛି। ଏଥିପ୍ରତି ଗ୍ରାହକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଳୁ କିଣିବା ସମୟରେ ଅସଲି କି ନକଲି ତାହାକୁ ଭଲଭାବେ ପରଖିବା ପରେ ଯାଇ କିଣନ୍ତୁ।

ବଜାରରେ ଏଣିକି ନକଲି ଆଳୁ ବିକ୍ରି ହେବା ଆରମ୍ଭ ହୋଇଯାଇଛି। ଏଥିପ୍ରତି ଗ୍ରାହକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଳୁ କିଣିବା ସମୟରେ ଅସଲି କି ନକଲି ତାହାକୁ ଭଲଭାବେ ପରଖିବା ପରେ ଯାଇ କିଣନ୍ତୁ।

୍‌ଡ଼ଫ


ନୂଆଦିଲ୍ଲୀ: ଆଳୁ ପ୍ରତ୍ୟେକଙ୍କ ଘରେ ସାଧାରଣତଃ ବ୍ୟବହୃତ ହେଉଥିବା ପନିପରିବା ମଧ୍ୟରୁ ଗୋଟିଏ। ତେବେ ବଜାରରେ ଏଣିକି ନକଲି ଆଳୁ ବିକ୍ରି ହେବା ଆରମ୍ଭ ହୋଇଯାଇଛି। ଏଥିପ୍ରତି ଗ୍ରାହକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଳୁ କିଣିବା ସମୟରେ ଅସଲି କି ନକଲି ତାହାକୁ ଭଲଭାବେ ପରଖିବା ପରେ ଯାଇ କିଣନ୍ତୁ। ନଚେତ ସମସ୍ୟାରେ ପଡ଼ିବାର ଅନେକ ସମ୍ଭାବନା ରହିଛି। 

ଉତ୍ତରପ୍ରଦେଶର ବାଲିୟାରେ ଖାଦ୍ୟ ନିରାପତ୍ତା ଏବଂ ଔଷଧ ପ୍ରାଧିକରଣ ବିଭାଗ ଦ୍ୱାରା କରାଯାଇଥିବା ଏକ ଚଢ଼ାଉ ସମୟରେ ନକଲି ଏବଂ ରଙ୍ଗୀନ ଆଳୁ ମିଳିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଧିକାରୀମାନେ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ବ୍ୟବସାୟୀମାନେ ଏକ କ୍ୱିଣ୍ଟାଲ ଆଳୁରେ ୪୦୦ଟଙ୍କାର ଅତିରିକ୍ତ ଲାଭ ପାଇବା ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳ ଖେଳୁଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ବ୍ୟବସାୟୀମାନେ କୃତ୍ରିମ ରଙ୍ଗ ପ୍ରୟୋଗ କରି ଆଳୁକୁ ସତେଜ ଏବଂ ଆକର୍ଷଣୀୟ ଦେଖାଇବା କାମ କରୁଛନ୍ତି। ଗ୍ରାହକମାନେ ଉକ୍ତ ଆଳୁକୁ ସତେଜ ଆଳୁ ଭାବି ଖୁସିରେ ଘରକୁ କିଣି ନେଇଯାଉଛନ୍ତି।  ବାସ୍ତବରେ ଏହି ରଙ୍ଗୀନ ଆଳୁ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ । ଏହିପରି ଆଳୁର କ୍ରମାଗତ ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ  ସାଂଘାତିକ ହୋଇପାରେ।

ଅଧିକାରୀମାନଙ୍କ କହିବାନୁସାରେ, ବଜାରରେ ନକଲି ଆଳୁ ମିଳିବାର ଅଭିଯୋଗ କ୍ରମାଗତ ଭାବରେ ହୋଇଥିଲା। ଏହାପରେ ଏକ ଦଳ ଗଠନ କରାଯାଇ ମଣ୍ଡି ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ  ୨୧ କ୍ୱିଣ୍ଟାଲ୍ କୃତ୍ରିମ ରଙ୍ଗର ଆଳୁ ଜବତ କରାଯାଇଥିଲା, ଯାହାର ମୂଲ୍ୟ ପ୍ରାୟ ୫୬,୦୦୦ଟଙ୍କା ଥିବା ଅନୁମାନ କରାଯାଉଛି।

ଜବତ ହୋଇଥିବା ଆଳୁରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରି ଚକଚକ୍ କରାଯାଇଥିଲା। ଏହି ରାସାୟାନିକ ପଦାର୍ଥ ବ୍ୟବହୃତ ହୋଇଥିବା ଆଳୁକୁ ବ୍ୟବହାର କଲେ ଗ୍ରାହକମାନଙ୍କ ଶରୀରରେ ଲିଭର ଓ ଯକୃତଜନିତ ସମସ୍ୟା ଉପୁଜିପାରେ ବୋଲି ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe