ଡାଉନ୍‌ଲୋଡ ହୋଇଛି ୧ ମିଲିୟନ୍‌ ନକଲି ହ୍ଵାଟ୍‌ସଆପ୍‌, ‘ଟେମ୍ପଲ୍‌ ରନ୍‌ ୨’ର ବି ଥିଲା ନକଲି ଭର୍ସନ!

Advertisment
ଡାଉନ୍‌ଲୋଡ ହୋଇଛି ୧ ମିଲିୟନ୍‌ ନକଲି ହ୍ଵାଟ୍‌ସଆପ୍‌, ‘ଟେମ୍ପଲ୍‌ ରନ୍‌ ୨’ର ବି ଥିଲା ନକଲି ଭର୍ସନ!

ପରିଚିତ ମେସେଜିଙ୍ଗ୍‌ ଆପ୍‌ ହ୍ଵାଟ୍‌ସଆପ୍‌ର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ଏବେ ଚର୍ଚ୍ଚା ପାଲଟିଛି ନକଲି ହ୍ଵାଟ୍‌ସଆପ୍‌। ଜାଣିବାକୁ ମିଳିଛି ଯେ ପ୍ଲେ ଷ୍ଟୋରରୁ ଏବେ ସୁଦ୍ଧା ପ୍ରାୟ ୧ ମିଲିୟନ ନକଲି ହ୍ଵାଟ୍‌ସଆପ୍‌ ଡାଇନ୍‌ଲୋଡ ହୋଇସାରିଲାଣି। ନକଲି ହ୍ଵାଟ୍‌ସଅପ୍‌ର ଡାଉନ୍‌ଲୋଡ ସଂଖ୍ୟା ୧ ମିଲିୟନ୍‌ ଥିବା ବେଳେ ଅସଲି ହ୍ଵାଟ୍‌ସଅପ୍‌ର ଡାଉନ୍‌ଲୋଡ୍ ସଂଖ୍ୟା ରହିଛି ୧ ବିଲିୟନ । ତେବେ, ଏହି ନକଲି ହ୍ଵାଟ୍‌ସଆପ୍‌ଟି ପ୍ଲେ ଷ୍ଟୋରରେ ‘ଅପ୍‌ଡେଟ୍‌ ହ୍ଵାଟ୍‌ସଆପ୍‌ ମେସେଞ୍ଜର’ ନାମରେ ଉପଲବ୍ଧ, ଯାହାର ଡେଭ୍‌ଲପ୍‌ର ନା ହେଉଛି ‘ହ୍ଵାଟ୍‌ସଆପ୍‌ ଆଇଏନ୍‌ସି*’

ଏହି ନକଲି ହ୍ଵାଟ୍‌ସଆପ୍‌ରେ ବିଜ୍ଞାପନର ମାତ୍ରା ହ୍ରାସ ପାଇଥାଏ। ଏହି ଆପ୍‌କୁ ଗୁପ୍ତ ହ୍ଵାଟ୍‌ସଆପ୍‌ ଚେଞ୍ଜ୍‌ ଟ୍ରାକିଙ୍ଗ୍‌ େଓ୍ଵବ୍‌ସାଇଟ୍‌ ଡବ୍ଲ୍ୟୁଏବେଟାଇନ୍‌ଫୋ ସାମ୍ନାକୁ ଆଣିବା ପରେ ଏହାକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ।

ଖାଲି ସେତିକି ନୁହେଁ, ଲୋକମାନେ ବିଭିନ୍ନ ଧରଣର ନକଲି ଆପ୍‌ର ଶିକାର ହେଉଛନ୍ତି। ମୋବାଇଲ ଗେମ୍‌କୁ ପସନ୍ଦ କରୁଥିବା ଲୋକ ମଧ୍ୟ ନକଲି ଗେମ୍‌ ଆପ୍‌ର ଶିକାର ହୋଇଛନ୍ତି। ସବୁଠୁ ଅଧିକ ପସନ୍ଦ କରୁଥିବା ମୋବାଇଲ ଗେମ୍‌ ‘ଟେମ୍ପଲ୍‌ ରନ୍‌ ୨’ ର ମଧ୍ୟ ନକଲି ଆପ୍‌ ବାହାରିଥିବା ବେଳେ ଅକ୍ଟୋବରରେ ଏହା ପ୍ଲେ ଷ୍ଟୋରରେ ଅପ୍‌ଲୋଡ ହୋଇଥିଲା। ପରେ ଏ ବିଷୟରେ ଖବର ଆସିବା ପରେ ତାକୁ ପ୍ଲେ ଷ୍ଟୋରୁ ହଟାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe