ଏସିଆର ଶ୍ରେଷ୍ଠ ୧୦ ସିଫୁଡ୍‌ କଂପାନି ମଧ୍ୟରେ ଫାଲ୍‌କନ୍ ମେରାଇନ୍

Advertisment
ଏସିଆର ଶ୍ରେଷ୍ଠ ୧୦ ସିଫୁଡ୍‌ କଂପାନି ମଧ୍ୟରେ ଫାଲ୍‌କନ୍ ମେରାଇନ୍

ଭୁବନେଶ୍ବର: ଏସିଆ ବିଜ‌ନେସ୍ ଆଉଟ୍‌ଲୁକ୍‌ ପକ୍ଷରୁ ଏସିଆର ଶ୍ରେଷ୍ଠ ୧୦ ସିଫୁଡ୍ କଂପାନି-୨୦୨୨ ମଧ୍ୟରେ ଫାଲ୍‌କନ୍ ମେରାଇନ୍ ଏକ୍ସପୋର୍ଟସ୍‌ ଲିମିଟେଡ୍‌କୁ ସାମିଲ କରାଯାଇଛି। ଶିଳ୍ପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଫାଲ୍‌କନ୍‌କୁ ଏହି ସାର୍ଟିଫିକେଟ୍ ଦିଆଯାଇଛି। ଫାଲ୍‌କନ୍ ମେରାଇନ୍‌ ସମ୍ପର୍କରେ ଏସିଆ ବିଜନେସ୍‌ ଆଉଟ୍‌‌ଲୁକ୍‌ରେ ଲେଖାଯାଇଛି ଯେ ତାରା ରଞ୍ଜନ ପଟ୍ଟନାୟକଙ୍କ ଅଭିନବ ଚିନ୍ତାଧାରା ଓ ଦୃଢ଼ ଅଭିଳାଷ ବଳରେ ଫାଲ୍‌କନ୍ ମେରାଇନ୍ ନୂତନ ଶିଖରରେ ପହଞ୍ଚିପାରିଛି। ତାଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ ଏହି କଂପାନି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭାରତର ଅନ୍ୟତମ ଶ୍ରେଷ୍ଠ ଚିଙ୍ଗୁଡ଼ି ରପ୍ତାନିକାରୀ ହୋଇରହିଛି। ଉତ୍ପାଦର ମାନ ସହ ସାଲିସ କରିବାକୁ ପସନ୍ଦ କରୁନଥିବା ଶ୍ରୀ ପଟ୍ଟନାୟକ କଂପାନିକୁ ଆହୁରି ଉଚ୍ଚ ସ୍ଥାନକୁ ନେବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

ଫାଲ୍‌କନ୍ ମେରାଇନ୍‌ ହେଉଛି ଶିଳ୍ପର ଏକ ଅଗ୍ରଣୀ ସଂସ୍ଥା ଯାହା ପାଖରେ ଚାରି ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ରହିଛି। କଂପାନି ବିଭିନ୍ନ ପ୍ରକାରର ମୂଲ୍ୟ ଯୁକ୍ତ ରେଡି ଟୁ କୁକ୍ ଉତ୍ପାଦ ପ୍ରସ୍ତୁତ କରୁଛି। କଂପାନିର କାରଖାନା ସମେତ ଚିଙ୍ଗୁଡ଼ି ଚାଷ ଓ ଫିଡ୍ ମିଲ୍‌କୁ ବିଏପି, ବିଆରସି, ଆଇଏଫ୍‌ଏସ୍‌ ଅନୁମୋଦନ ମିଳିଥିବାରୁ ଏହା ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗରେ ରହିଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମେ ଗ୍ରାହକମାନଙ୍କୁ ଆମ କାରଖାନା ପରିଦର୍ଶନ କରାଇଥାଉ। ସେମାନେ ଚାହୁଥିବା ମାନ ଅନୁସାରେ ଉତ୍ପାଦର ପ୍ରକ୍ରିୟାକରଣ କରାଯାଏ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୁଣାତ୍ମକ ମାନ ଯାଞ୍ଚ କରାଯା‌ଏ। କଂପାନି ଆମେରିକା, ଚୀନ, କାନାଡା, ଫ୍ରାନ୍ସ, ଇଟାଲି, ଭିଏତନାମ୍ ଓ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକୁ ଏହାର ଉତ୍ପାଦ ରପ୍ତାନି କରୁଛି। କଂପାନି ଆସନ୍ତା ବର୍ଷ ଆଉ ଦୁଇଟି ନୂଆ କାରଖାନା ସ୍ଥାପନ କରି ଏହାର ଉତ୍ପାଦନ କ୍ଷମତା ବଢ଼ାଇବାକୁ ଯୋଜନା ରଖିଛି। ୧୭୫ କୋଟି ଟଙ୍କା ‌ଲେଖାଏଁ ବିନିଯୋଗ କରି କଂପାନି ଡେରାସ୍‌ ସିଫୁଡ୍ ପାର୍କ ଓ ଆନ୍ଧ୍ରପ୍ରଦେଶର ନେଲୋର୍ ଜିଲ୍ଲାରେ ଦୁଇଟି ପ୍ରୋସେସିଂ ୟୁନିଟ୍ ସ୍ଥାପନ କରୁଛି। ୨୦୨୨-୨୩ରେ କଂପାନି ସିଫୁଡ୍‌ ରପ୍ତାନିରୁ ୨୦୦୦ କୋଟି ଟଙ୍କା ଓ ଫିଡ୍ ବ୍ୟବସାୟରୁ ୩୭୫ କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଏସିଆ ବିଜନେସ୍‌ ଆଉଟ୍‌ଲୁକ୍ ପକ୍ଷରୁ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe