ହଲ୍‌ଦିରାମ୍‌ ନାମରେ ଜାଲ୍ ୱେବସାଇଟ୍‌

Advertisment
ହଲ୍‌ଦିରାମ୍‌ ନାମରେ ଜାଲ୍ ୱେବସାଇଟ୍‌

VR Chennai | Shopping Mall in Chennai

ନାଗପୁର: ହଲଦିରାମ୍ ଫୁଡସ୍‌ ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍‌ ନାମରେ ଅନେକ ପ୍ରକାର ଜାଲ୍ ୱେବସାଇଟ୍‌ ଖୋଲାଯାଇଥିବାରୁ କଂପାନି ଚିନ୍ତା ପ୍ରକଟ କରିଛି। ହଲ୍‌ଦିରାମ୍‌ର ପ୍ରକୃତ ୱେବସାଇଟ୍‌ ହେଉଛି www.haldirams.com। କିନ୍ତୁ ହଲଦିରାମସ୍‌ ଡଟ୍‌ ଇନ୍, ହଲ୍‌ଦିରାମ ଡଟ୍‌ କମ୍ ଏବଂ ହଲଦିରାମଫ୍ରାଞ୍ଚାଇଜି ଡଟ୍‌ କମ୍ ଭଳି ବିଭିନ୍ନ ଜାଲ୍ ୱେବସାଇଟ୍‌ ଥିବା ବିଷୟରେ କଂପାନି ଅବଗତ ହେବା ପରେ ସେଗୁଡ଼ିକୁ ବନ୍ଦ କରିବା ଲାଗି ହଲଦିରାମ୍ ପକ୍ଷରୁ ଆଇନର ସହାୟତା ନିଆଯାଇଛି। ନାଗପୁରର ଏକ କୋର୍ଟ ଜରିଆରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆବେଦନ କରାଯାଇଛି। କୋର୍ଟ ହୋଷ୍ଟିଂ ସଂସ୍ଥାଗୁଡ଼ିକୁ ନୋଟିସ୍‌ ଜାରି କରିଥିବା ଜଣାପଡ଼ିଛି। ଏସଂକ୍ରାନ୍ତରେ କଂପାନି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe