୩ ମାସକୁ ପରିବାର ଖର୍ଚ୍ଚ ୫୬ ହଜାର

Advertisment

ଭାରତୀୟ ପରିବାରଗୁଡ଼ିକର ଖର୍ଚ୍ଚ ଗତ ତିନି ବର୍ଷରେ ବେଶ୍ ବଢ଼ିଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୫ରେ ଭାରତୀୟ ପରିବାରଗୁଡ଼ିକର ହାରାହାରି ତ୍ରୈମାସିକ ଖର୍ଚ୍ଚ ୫୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି।

ଭାରତୀୟ ପରିବାରଗୁଡ଼ିକର ଖର୍ଚ୍ଚ ଗତ ତିନି ବର୍ଷରେ ବେଶ୍ ବଢ଼ିଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୫ରେ ଭାରତୀୟ ପରିବାରଗୁଡ଼ିକର ହାରାହାରି ତ୍ରୈମାସିକ ଖର୍ଚ୍ଚ ୫୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି।

money

ନୂଆଦିଲ୍ଲୀ: ଭାରତୀୟ ପରିବାରଗୁଡ଼ିକର ଖର୍ଚ୍ଚ ଗତ ତିନି ବର୍ଷରେ ବେଶ୍ ବଢ଼ିଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୫ରେ ଭାରତୀୟ ପରିବାରଗୁଡ଼ିକର ହାରାହାରି ତ୍ରୈମାସିକ ଖର୍ଚ୍ଚ ୫୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏହି ଖର୍ଚ୍ଚ ୩ ବର୍ଷରେ ୩୩ ପ୍ରତିଶତ ବଢ଼ିଛି। ଖର୍ଚ୍ଚରେ ସହରାଞ୍ଚଳରେ ବାସ କରୁଥିବା ପରିବାରଗୁଡ଼ିକ ଆଗରେ ଥିଲେ ମଧ୍ୟ ଗ୍ରାମୀଣ ପରିବାରଗୁଡ଼ିକର ଖର୍ଚ୍ଚ ମଧ୍ୟ ବଢ଼ୁଥିବା ‘ୱାର୍ଲଡ୍‌ପ୍ୟାନେଲ୍‌ ବାଏ ନ୍ୟୁମରେଟର୍‌’ର ରିପୋର୍ଟରୁ ଜଣାପଡ଼ିଛି। 

୨୦୨୨ରେ ଭାରତୀୟ ପରିବାରଗୁଡ଼ିକର ହାରାହାରି ତ୍ରୈମାସିକ ଖର୍ଚ୍ଚ ୪୨ ହଜାର ଟଙ୍କା ଥିଲା। ୨୦୨୫ରେ ତାହା ୫୬ ହଜାରକୁ ବୃଦ୍ଧି ପାଇଛି। ସହରରେ ବାସ କରୁଥିବା ପରିବାରଗୁଡ଼ିକର ହାରାହାରି ତ୍ରୈମାସିକ ଖର୍ଚ୍ଚ ୨୦୨୨ ଜୁନ୍‌ରେ ୫୨,୭୧୧ ଟଙ୍କା ଥିଲା। ୨୦୨୪ ମାର୍ଚ୍ଚରେ ତାହା ୬୪,୫୮୩ ଟଙ୍କାକୁ ଏବଂ ୨୦୨୫ ମାର୍ଚ୍ଚରେ ୭୩,୫୭୯ ଟଙ୍କାକୁ ବଢ଼ିଛି। ସେରିପରି, ଗ୍ରାମୀଣ ପରିବାରଗୁଡ଼ିକର ହାରାହାରି ତ୍ରୈମାସିକ ଖର୍ଚ୍ଚ ଯାହା ୨୦୨୨ ଜୁନ୍‌ରେ ୩୬,୧୦୪ ଟଙ୍କା ଥିଲା ତାହା ୨୦୨୫ ମାର୍ଚ୍ଚ ସୁଦ୍ଧା ୪୬,୬୨୩ ଟଙ୍କାକୁ ବୃଦ୍ଧି ପାଇଛି। ଦେଶର ୬୦୦୦ ପରିବାର, ଗୃହିଣୀମାନଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ସ୍ବଳ୍ପ ଆୟ‌ରେ ପରିବାର ଚଳାଇବା କଷ୍ଟକର ହେଉଥିବା ଅଧିକାଂଶ ଲୋକ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe