ଋଣ ଛାଡ଼ କରିଥିବା ରାଜ୍ୟର ପୁଞ୍ଜି ବ୍ୟୟ ୭୮ ହଜାର କୋଟି କମିବ

Advertisment
କୃଷି ଅଭିବୃଦ୍ଧି ୧.୨%କୁ ଖସିଲା: ଜୁଲାଇ-ସେପ୍ଟେମ୍ବରରେ ଜିଡିପି ଅଭିବୃଦ୍ଧି ୭.୬%

ହାଇଦ୍ରାବାଦ: ନିକଟରେ କୃଷି ଋଣ ଛାଡ଼ କରିଥିବା ରାଜ୍ୟ ଗୁଡ଼ିକର ପୁଞ୍ଜି ବ୍ୟୟ ହ୍ରାସ ପାଇବ। ସେମାନଙ୍କର ପୁଞ୍ଜି ବ୍ୟୟ ବାବଦ ରାଶି ୭୮୪୫୩ କୋଟି ଟଙ୍କା କମିଯିବ। ରାଜସ୍ବ ଆଦାୟ ବୃଦ୍ଧି ପଦକ୍ଷେପ ଯଦି ରାଜ୍ୟ ଗୁଡ଼ିକ ନନିଅନ୍ତି ତାହେ‌େଲ ଏଭଳି ପରିସ୍ଥିତି ଉପୁଜିବ ବୋଲି ଏସବିଆଇ ପକ୍ଷରୁ କରାଯାଇଥିବା ଗବେଷଣାରେ କୁହାଯାଇଛି। ଏସବିଆଇର ଗବେଷଣା ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ଛତିଶଗଡ଼ ଏବଂ କର୍ଣ୍ଣାଟକର ମିଳିତ ଭାବେ ୭୮୪୫୩ କୋଟିର ପୁଞ୍ଜି ବ୍ୟୟ ହ୍ରାସ ଘଟିବ। ରାଜ୍ୟ ଗୁଡ଼ିକ ନିକଟରେ ବଜାରରୁ ଋଣ ସଂଗ୍ରହ ସୁଯୋଗ କମ୍ ଥିବାରୁ ରାଜସ୍ବ ଆଦାୟ ବୃଦ୍ଧି ଯୋଜନା ଯଦି କରା ନଗଲେ ଏଭଳି ପରିସ୍ଥିତି ଉପୁଜିବ। ଅନ୍ୟପକ୍ଷରେ ଏହା ବ୍ୟାଙ୍କ ଗୁଡ଼ିକ ପାଇଁ ଭିନ୍ନ ପରିସ୍ଥିତି ସୃଷ୍ଟି କରିବ। ବ୍ୟାଙ୍କ ଗୁଡ଼ିକ ପାଇଁ ଫସଲ ଋଣ କଟକଣା ଏବଂ ଏନପିଏ ନିୟମ କୋହଳ ହେଲେ ସେମାନଙ୍କର ୩୭ ହଜାର କୋଟି ଟଙ୍କାର ରାଶି ଏନ୍‌ପିଏ ହେବାରୁ ରକ୍ଷା ପାଇଯିବ। ଏତଦବ୍ୟତୀତ ଆଗାମୀ ଦିନରେ ମଧ୍ୟ ଆଉ ୮ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେଣୁ ଏସବୁ ରାଜ୍ୟରେ ଋଣ ଛାଡ଼କୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇହେବ ନାହିଁ। ଋଣ ଛାଡ଼ କରିଲେ ‌ଏମାନେ ବଜାରରୁ ଋଣ ସଂଗ୍ରହ କରିବେ କିମ୍ବା ପୁଞ୍ଜି ବ୍ୟୟ କମାଇବେ। ତେବେ ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ‌ତେଲେଙ୍ଗାନା, ଓଡ଼ିଶା ଓ ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର ଏବଂ ଗୋଆ ନିକଟରେ ଚଳିତ ଆର୍ଥିକ ବର୍ଷରେ ବଜାରରୁ ୩୫,୭୭୪ କୋଟି ଟଙ୍କାର ଅତିରିକ୍ତ ଋଣ କରିବାର ସୁଯୋଗ ରହିଛି ବୋଲି ଗବେଷଣାରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe