ତୃତୀୟ ପକ୍ଷ ଗାଡ଼ି ବୀମା ପାଇଁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବ

Advertisment
ମାଇଁ ଫାସ୍‌ଟ୍ୟାଗ୍‌ ଆପ୍‌ରୁ ଜାଣିହେବ ବାଲାନ୍ସ

image source-jansatta.com

ନୂଆଦିଲ୍ଲୀ : ଇଲେକ୍‌ଟ୍ରୋନିକ୍ସ ଟୋଲ୍ ସଂଗ୍ରହ ବ୍ୟବସ୍ଥାର ଗ୍ରହଣୀୟତାକୁ ବଢ଼ାଇବା ଲାଗି ଆସନ୍ତା ବର୍ଷ ଏପ୍ରିଲ୍‌ ୧ରୁ ତୃତୀୟ ପକ୍ଷ ଗାଡ଼ି ବୀମା କଂପାନି ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଯୋଜନା ରଖିଛି। ବୀମା ସାର୍ଟିଫିକେଟ୍‌ରେ ସଂଶୋଧନ କରି ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରାଯିବ। ଏହି ବ୍ୟବସ୍ଥା ଗ୍ରହଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାରଙ୍କ ମତାମତ ଲୋଡ଼ଯାଇଛି। ୨୦୧୭ ଡିସେମ୍ବର ପୂର୍ବରୁ ବିକ୍ରି ହୋଇଥିବା ଗାଡ଼ିଗୁଡ଼ିକ ଲାଗି ମଧ୍ୟ ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରିବା ପାଇଁ ମନ୍ତ୍ରଣାଳୟ ଯୋଜନା ରଖିିଛି। ଫାସ୍‌ଟ୍ୟାଗ୍‌ ହେଉଛି ଏକ ଏଭଳି ବ୍ୟବସ୍ଥା ଯାହାକୁ ଗାଡ଼ିର ୱିଣ୍ଡ୍‌ ସିଲଡ୍‌ରେ ଲଗାଯାଇଥାଏ। ଏକ ବ୍ୟାଙ୍କ ଖାତା ସହିତ ତାହାକୁ ଲିଙ୍କ୍‌ କରାଯାଏ। ଗାଡ଼ି ଟୋଲ୍‌ ପ୍ଲାଜା ଦେଇ ଅତିକ୍ରମ କରିବା ବେଳେ ଲିଙ୍କ୍‌ ହୋଇଥିବା ଖାତା ବା ୱାଲେଟ୍‌ରୁ ସ୍ବଂୟକ୍ରିୟ ଭାବେ ଟୋଲ୍ ଶୁଳ୍କ କଟିଯାଏ। ଫଳରେ ଗାଡ଼ିକୁ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡ଼େ ନାହିଁ। ୨୦୧୭ ଡିସେମ୍ବର ପରେ ବିକ୍ରି ହୋଇଥିବା ଗାଡ଼ିଗୁଡ଼ିକରେ ବାଧ୍ୟତାମୂଳକ ଭାବେ ଫାସ୍‌ଟ୍ୟାଗ୍‌ ଲଗାଇବାକୁ ସରକାର ଘୋଷଣା କରିଥିଲେ। ରାଜପଥରେ ଥିବା ଟୋଲ୍ ପ୍ଲାଜାରେ ଭିଡ଼ କମାଇବା ଏବଂ ନଗଦ ରାଶି କାରବାରକୁ ରୋକିବା ଲାଗି ଚଳିତ ବର୍ଷ ସମସ୍ତ ଜାତୀୟ ରାଜପଥ ଟୋଲ୍ ପ୍ଲାଜା ପାଇଁ ଫାସ୍‌ଟ୍ୟାଗ୍‌କୁ ଚଳିତ ବର୍ଷ ବାଧ୍ୟତାମୂଳକ କରାଯାଇଥିଲା। ସେହି ଦିନ ଠାରୁ ଇଲେକ୍‌ଟ୍ରୋନିକ୍ସ ଉପାୟରେ ଟୋଲ୍ ସଂଗ୍ରହ କରିବା ଉପରେ ସରକାର ଜୋର ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe