ସେୟ‌ାର ବଜାରରେ ଯୁଦ୍ଧ ଭୟ: ସେନ୍‌ସେକ୍ସ ୧୭୬୯ ପଏଣ୍ଟ ଖସିଲା

Advertisment

ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଭଳି ସ୍ଥିତି ଭାରତର ସେୟାର ବଜାର କାରବାରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଯୁଦ୍ଧ ଆଶଙ୍କାରେ ନିବେଶକମାନେ ବିପୁଳ ସଂଖ୍ୟାର ‌ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧୭୬୯ ପଏଣ୍ଟ ହ୍ରାସ ପାଇ ୮୨,୪୯୭ ପଏଣ୍ଟରେ ବନ୍ଦ ହୋଇଛି।

ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଭଳି ସ୍ଥିତି ଭାରତର ସେୟାର ବଜାର କାରବାରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଯୁଦ୍ଧ ଆଶଙ୍କାରେ ନିବେଶକମାନେ ବିପୁଳ ସଂଖ୍ୟାର ‌ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧୭୬୯ ପଏଣ୍ଟ ହ୍ରାସ ପାଇ ୮୨,୪୯୭ ପଏଣ୍ଟରେ ବନ୍ଦ ହୋଇଛି।

ନିର୍ବାଚନ ଫଳାଫଳ ଉତ୍ସାହ: ସେନ୍‌ସେକ୍ସ ୨୫୦୭ ପଏଣ୍ଟ ବଢ଼ିଲା

ମୁମ୍ବାଇ: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଭଳି ସ୍ଥିତି ଭାରତର ସେୟାର ବଜାର କାରବାରକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଯୁଦ୍ଧ ଆଶଙ୍କାରେ ନିବେଶକମାନେ ବିପୁଳ ସଂଖ୍ୟାର ‌ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୧୭୬୯ ପଏଣ୍ଟ ହ୍ରାସ ପାଇ ୮୨,୪୯୭ ପଏଣ୍ଟରେ ବନ୍ଦ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ଗୋଟିଏ ଦିନରେ ୧୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ୍‌) ଗତକାଲି ତୁଳନାରେ ୯.୭୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୬୫.୧୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୫୪୬ ପଏଣ୍ଟ ହ୍ରାସ ପାଇ ୨୫,୨୫୦ ପଏଣ୍ଟରେ ବନ୍ଦ ହୋଇଛି। ଚଳିତ ବର୍ଷ ସେନ୍‌ସେକ୍ସରେ ତୃତୀୟ ଥର ପାଇଁ ଏଭଳି ବଡ଼ ଧରଣର ହ୍ରାସ ଘଟିଛି।

ଏହା ବ୍ୟତୀତ ସାତ ଥରରୁ ଅଧିକ ଥର ସେନ୍‌ସେକ୍ସରେ ୧୦୦୦ ପଏଣ୍ଟ ଭଳି ହ୍ରାସ ଘଟିଛି। ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଏଲ୍‌ଆଣ୍ଡଟି, ଆକ୍ସିସ୍ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାର ମୂଲ୍ୟରେ ଘଟିଥିବା ହ୍ରାସ ପ୍ରଭାବରେ ସେନ୍‌ସେକ୍ସ ୧୦୧୫ ପଏଣ୍ଟ ତଳକୁ ଖସିଆସିଥିଲା। ଆବଶ୍ୟ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ସେୟାର ମୂଲ୍ୟରେ ଆଜି ବୃଦ୍ଧି ପରିଲକ୍ଷିତ ହୋଇଛି। ନିଫ୍‌ଟି ତୈଳ ଓ ଗ୍ୟାସ୍‌ ସୂଚୀ ୨.୭ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି। ହିନ୍ଦୁସ୍ତାନ ପେଟ୍ରୋଲିୟମ୍, ଅଏଲ୍‌ ଇଣ୍ଡିଆ ଓ ବିପିସିଏଲ୍‌ ସେୟ‌ାର ମୂଲ୍ୟ ହ୍ରାସ ପାଇଛି। 

ଷ୍ଟକ୍ ବଜାର କାରବାର ପ୍ରଭାବିତ ହେବାର ପ୍ରମୁଖ କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବୋଲି କୁହାଯାଉଥିବା ବେଳେ ‌ଫ୍ୟୁଚର ଆଣ୍ଡ ଅପ୍‌ସନ୍ସ (ଏଫ୍‌ଆଣ୍ଡଓ) କାରବାରକୁ କଡ଼ାକଡ଼ି କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଗ୍ରହଣ କରିଥିବା କଠୋର ପଦକ୍ଷେପ ମଧ୍ୟ କାରବାରକୁ ପ୍ରଭାବିତ କରିଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଚୀନ୍‌ ‌କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ କିଛି ଦିନ ଭିତରେ ଯେଉଁ ବୃଦ୍ଧି ଘଟିଛି ତାହାକୁ ନେଇ ମଧ୍ୟ ନିବେଶକମାନେ ଚିନ୍ତା ପ୍ରକଟ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଲାଗି ଚୀନ୍ ସରକାର ପ୍ରୋତ୍ସାହନ ଘୋଷଣା କରିଥିବାରୁ ସେଠାକାର କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବଢ଼ୁଛି। ଫଳରେ ବିଦେଶୀ ସଂସ୍ଥାଗତ ନିବେଶକମାନେ (ଏଫ୍‌ଆଇଆଇ) ଭାରତୀୟ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରି ଚୀନ୍‌ର କମ୍ପାନିଗୁଡ଼ିକରେ ନିବେଶ କରୁଛନ୍ତି। ସେଥିପାଇଁ ମଧ୍ୟ ଷ୍ଟକ୍ ବଜାରରେ ଆଜି ହ୍ରାସ ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe