କରୋନାକୁ ପ୍ରବଳ ଭୟ, ଆମେରିକା ଯିବା ପାଇଁ ଚାର୍ଟର ବିମାନ ବୁକିଂ

Advertisment
କରୋନାକୁ ପ୍ରବଳ ଭୟ, ଆମେରିକା ଯିବା ପାଇଁ ଚାର୍ଟର ବିମାନ ବୁକିଂ

Image Courtesy of Zee News

ନୂଆଦିଲ୍ଲୀ: ଭାରତରୁ ଆସୁଥିବା ବିମାନ ଉପରେ ଆମେରିକା ସରକାର ଚଳିତ ମାସ ୪ରୁ କଟକଣା ଲାଗୁ କରିବେ। ଏହା ପୂର୍ବରୁ ଅନେକ ଭାରତୀୟ ଆମେରିକା ପଳାଇବାକୁ ଚାହୁଛନ୍ତି। ଏଠାରେ କୋଭିଡ୍‌ ମହାମାରୀ ଯେଉଁ ଭୟଙ୍କର ରୂପ ଧାରଣ କରିଛି ସେଥିରୁ ନିଜକୁ ଓ ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖିବା ଲାଗି କିଛି ଭାରତୀୟ ଆମେରିକା ପଳାଇବାକୁ ଚାହୁଛନ୍ତି। କଟକଣା ଅବଧି ଆରମ୍ଭ ହେବା ପୂର୍ବରୁ ସେମାନେ ଭାରତ ଛାଡ଼ିବାକୁ ଚାହୁଛନ୍ତି। ମୁମ୍ବାଇ ଓ ଦିଲ୍ଲୀରୁ ଆମେରିକା ଯାତ୍ରା କରିବା ଲାଗି ଟିକଟ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ତେଣୁ ଚାର୍ଟର ବିମାନ ବୁକ୍‌ କରି ଆମେରିକା ଯିବାକୁ କିଛି ଭାରତୀୟ ବ୍ୟଗ୍ର ହୋଇପଡ଼ିଛନ୍ତି।

କିଛି ଦିନ ତଳେ ବ୍ରିଟେନ୍ ପକ୍ଷରୁ ଭାରତରୁ ଆସୁଥିବା ବିମାନଗୁଡ଼ିକ ଉପରେ କଟକଣା ଲଗାଯାଇଥିଲା। କଟକଣା ଲାଗୁ ହେବାର କିଛି ଘଣ୍ଟା ପୂର୍ବରୁ ୮ଟି ଚାର୍ଟର ବିମାନରେ ଧନୀ ଭାରତୀୟମାନେ ଲଣ୍ଡନ ଚାଲିଯାଇଥିଲେ। ଲଣ୍ଡନ ଓ ଦୁବାଇ ତରଫରୁ ଭାରତରୁ ଆସୁଥିବା ବିମାନ ଉପରେ କଟକଣା ଜାରି କରାଯାଇଥିବାରୁ ଆମେରିକାକୁ ଯାଉଥିବା ନନ୍-ଷ୍ଟପ୍ ଫ୍ଲାଇଟ୍‌ରେ ଆଉ ସିଟ୍‌ ମିଳୁନାହିଁ। ଗତାକାଲି ଦିଲ୍ଲୀରୁ ଆମେରିକା ପର୍ଯ୍ୟନ୍ତ ଯାତ୍ରା ପାଇଁ ବିମାନ ଟିକଟ ଦାମ୍ ୭ ଲକ୍ଷ ଟଙ୍କା ଥିଲା। ଆମେରିକା ଯିବା ଲାଗି ବିମାନ ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସ୍ବାବ୍ ସଂଗ୍ରହ କରିବାର ୨୪ ଘଣ୍ଟାରେ ଏହି ରିପୋର୍ଟରୁ ମିଳୁଥିବାରୁ ଅନେକ ଯାତ୍ରୀ ଅସୁବିଧା ସାମ୍ନା କରୁଛନ୍ତି। କିିଛି ଯାତ୍ରୀଙ୍କୁ ଚାର୍ଟର ବିମାନ ଜରିଆରେ ଆମେରିକା ପହଞ୍ଚାଇବା ଲାଗି ଟ୍ରାଭେଲ୍ ଏଜେନ୍ସିଗୁଡ଼ିକ ଉଦ୍ୟମ ଆରମ୍ଭ କରିଛନ୍ତି। ଯାତ୍ରୀ ପିଛା ଦେଢ଼ ଲକ୍ଷ ଟଙ୍କା ସଂଗ୍ରହ କରାଯାଉଛି। କିନ୍ତୁ ବିମାନ ଉଡ଼ାଣ ଲାଗି ଆବଶ୍ୟକ ମଞ୍ଜୁରି ହାସଲ କରିବାରେ ଏଜେନ୍ସି କେତେ ସଫଳ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe