ଫେବ୍ରୁଆରି‌ରୁ କେତେକ ଫୋନ୍‌ରେ କାମ ଦେବନି ହ୍ବାଟ୍‌ସଆପ୍

ଫେବ୍ରୁଆରି‌ରୁ କେତେକ ଫୋନ୍‌ରେ କାମ ଦେବନି ହ୍ବାଟ୍‌ସଆପ୍

dw.com

ନୂଆଦିଲ୍ଲୀ: ବିଶ୍ବର ଅନେକ ଫୋନ୍‌ରେ ଆସନ୍ତା ଫେବ୍ରୁଆରି ପହିଲାରୁ ହ୍ବାଟ୍‌ସ୍‌ଆପ୍ ଉପଲବ୍ଧ ହେବନାହିଁ। ନିକଟରେ କମ୍ପାନି ପକ୍ଷରୁ ଏ ନେଇ ଗ୍ରାହକମାନଙ୍କୁ ସତର୍କ କରାଇ ଦିଆଯାଇଛି। ବର୍ତ୍ତମାନ ଓଏସ୍ ୪.୦.୩+ ଆଣ୍ଡ୍ରଏଡ୍ ଫୋନ୍ ଏବଂ ଆଇଓଏସ୍‌ ୯+ ଏବଂ କାଇଓଏସ୍‌ ୨.୫.୧+ ଏବଂ ଜିଓ ଫୋନ୍ ଆଦିରେ ହ୍ବାଟ୍‌ସ୍‌ଆପ୍ କାର୍ଯ୍ୟ କରୁଛି। କିନ୍ତୁ ନୂଆ ନିୟମ ଅନୁଯାୟୀ, ଏସବୁ ଅପରେଟିଂ ସିଷ୍ଟମ ଠାରୁ ପୁରୁଣା ଅପରେଟିଂ ସିଷ୍ଟମ୍‌ରେ ଚାଲୁଥିବା ଫୋନ୍‌ରେ ଆସନ୍ତାମାସ ପହିଲାରୁ ହ୍ବାଟ୍‌ସ୍‌ଆପ୍ କାର୍ଯ୍ୟ କରିବ ନାହିଁ। ତେଣୁ ୨.୩.୭ ଏବଂ ପୁରୁଣା କିମ୍ବା ଆଇଓଏସ୍ ୮ ଏବଂ ପୁରୁଣା ଫୋନ୍‌ରେ ହ୍ବାଟ୍‌ସ୍‌ଆପ୍ ଉପଲବ୍ଧ ହେବନାହିଁ। ପୂର୍ବରୁ ନୋକିଆ ସମ୍ବିଆନ୍ ଏସ୬୦, ନୋକିଆ ସିରିଜ୍ ୪୦ ଅପରେଟିଂ ସିଷ୍ଟମ, ବ୍ଲାକବେରି ଓଏସ୍ ଏବଂ ବ୍ଲାକବେରି ୧୦, ଆଣ୍ଡ୍ରଏଡ ୨.୧ ଏବଂ ୨.୨, ୱିଣ୍ଡୋଜ୍ ‌େଫାନ୍ ୭, ଆଇଫୋନ୍ ୩ଜିଏସ ଏବଂ ଆଇଓଏସ୍ ୬ ଭଳି ‌ଫୋନରେ ହ୍ବାଟ୍‌ସ୍‌ଆପ୍ ଉପଲବ୍ଧ ହେଉନାହିଁ। ଫୋନ୍ ବ୍ୟବହାରକାରୀମାନେ ସେମାନଙ୍କ ଫୋନ କେଉଁ ଅପରେଟିଂ ସିଷ୍ଟମ୍‌ରେ ପରିଚାଳିତ ହେଉଛି ଏବଂ ସେଥିରେ ହ୍ବାଟ୍‌ସ୍‌ଆପ୍ କାମ କରିବ କି ନାହିଁ ତାହା ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe