ଅଧିକ ଅଞ୍ଚଳରେ ପହଞ୍ଚିବାକୁ ଚାହୁଛି ଫେଡ୍‌କୋ, ତ୍ରିପୁରା, ରାଜସ୍ଥାନ, ମଧ୍ୟପ୍ରଦେଶ ଉପରେ ନଜର

Advertisment
ଅଧିକ ଅଞ୍ଚଳରେ ପହଞ୍ଚିବାକୁ ଚାହୁଛି ଫେଡ୍‌କୋ, ତ୍ରିପୁରା, ରାଜସ୍ଥାନ, ମଧ୍ୟପ୍ରଦେଶ ଉପରେ ନଜର

ଭୁବନେଶ୍ବର: ସେସୁ ଅଧୀନରେ ଥିବା ଚାରିଟି ଅଞ୍ଚଳ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲୁଗାଁରେ ସାଢ଼େ ଛଅ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେଉଥିବା ଘରୋଇ ସଂସ୍ଥା ଫେଡ୍‌କୋ ଏହାର ପରିସୀମାକୁ ବଢ଼ାଇବା ନେଇ ବଡ଼ ଯୋଜନା ରଖିଛି। କଂପାନି ଉଭୟ ଓଡ଼ିଶା ଓ ରାଜ୍ୟ ବାହାରେ ନିଜର ଉପସ୍ଥିତି ବଢ଼ାଇବାକୁ ଚାହୁଛି। ଫେଡ୍‌କୋର ପରିଚାଳନା ନିର୍ଦେଶକ ଦେବତୋଷ ଚର୍ତୁବେଦୀ କହିଛନ୍ତି ଯେ, ଆମେ ଓଡ଼ିଶାରେ କାରବାର କରିବାର ଛଅ ବର୍ଷ ପୂରଣ କରିଛୁ। ଏହି ସମୟ ଭିତରେ ଆମେ କାର୍ଯ୍ୟ କରୁଥିବା ଚାରିଟି ଅଞ୍ଚଳରେ ଏଟିଆଣ୍ଡ୍‌ଟି କ୍ଷତିରେ ୨୬% ହ୍ରାସ କରିଛୁ। ରାଜ୍ୟର ଅନ୍ୟ ଅଞ୍ଚଳକୁ ଆମେ ଆମର ସେବା ସମ୍ପ୍ରସାରିତ କରିବାକୁ ଚାହୁଛୁ। ଏକ ସଂସ୍ଥା ସହ ମିଶି ଆମେ ସେସୁ ଘରୋଇକରଣ ପ୍ରକ୍ରିୟାରେ ସାମିଲ ହୋଇଛୁ। ଏହା ବ୍ୟତୀତ ଓଡ଼ିଶା ବାହାରେ ଆମେ ତ୍ରିପୁରା, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ପ୍ରବେଶ କରିବାକୁ ଯାଉଛୁ। ଆମର ସମସ୍ତ ପ୍ରଯୁକ୍ତିକୁ ଆମେ ନିଜେ ବିକଶିତ କରୁଛୁ। ନିକଟରେ ଅଷ୍ଟ୍ରେଲିଆର ଭିଲେଜ୍‌ ଏନର୍ଜି ସହ ଏକ ଏମ୍ଓୟୁ ସାକ୍ଷର କରିଛୁ। ଏହା ସ୍ମାର୍ଟ ମିଟର ସମାଧାନ ଯୋଗାଇ ଦେବ ବୋଲି ସେ କହିଛନ୍ତି।

ଫେଡ୍‌କୋ ଓଡ଼ିଶାରେ ଏବେ ସୁଦ୍ଧା ୧୬୫ କୋଟି ଟଙ୍କାର ପୁଞ୍ଜିନିବେଶ କରିସାରିଥିବା ବେଳେ ଏହାର କାରବାର ୭୭୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୩ରେ କାରବାର ଆରମ୍ଭ କରିବା ବେ‌ଳକୁ କଂପାନିର କାରବାର ପରିମାଣ ମାତ୍ର ୪୫ କୋଟି ଟଙ୍କା ଥିଲା। ଏହି ଛଅ ବର୍ଷ ଭିତରେ କଂପାନି ପରିଚାଳନା କ୍ଷେତ୍ରରେ ବେଶ ସଫଳତା ହାସଲ କରିଛି। ବିଲିଂ ଓ କଲେକ୍ସନ ପାଇଁ ୧୩୯ ମହିଳା ଏସ୍‌ଏଚ୍‌ଜି ନିୟୋଜିତ କରିଛି। ଏହା ବ୍ୟତୀତ ଫେଡ୍‌କୋର ୨୪ ଘଣ୍ଟିଆ କଷ୍ଟମର କେୟାର ଓ ଏସ୍‌ଏମ୍ଏସ୍‌ ସେବା ମଧ୍ୟ ରହିଛି। ଗ୍ରାହକମାନଙ୍କ ସମସ୍ୟାକୁ ଘର ପାଖରେ ସମାଧାନ କରିବା ଲାଗି କଂପାନି ପକ୍ଷରୁ ଭ୍ରାମ୍ୟମାଣ ଶିବିର ଆୟୋଜନ କରାଯାଉଛି। କଂପାନି ପକ୍ଷରୁ ୩୦୮ଟି ଗ୍ରାହକ ସଚେତନତା ବୈଠକ ଆୟୋଜନ କରାଯାଇଛି। ଏହି ଅବସରରେ କଂପାନିର ସିଇଓ ସମରଜିତ ମହାନ୍ତି ଓ ପିଏମ୍‌ୟୁ ସାର୍ଥକ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe