ଆସନ୍ତାକାଲି ଫିକି ମହିଳା ସଂଗଠନ ପକ୍ଷରୁ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ କ୍ୟାରିୟର ସୁଯୋଗ ସଂପର୍କିତ ୱେବିନାର

Advertisment
ଆସନ୍ତାକାଲି ଫିକି ମହିଳା ସଂଗଠନ ପକ୍ଷରୁ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ କ୍ୟାରିୟର ସୁଯୋଗ ସଂପର୍କିତ ୱେବିନାର

ଭୁବନେଶ୍ୱର : କରୋନା ମହାମାରୀ ଦ୍ୱାରା ଆମ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି । ସାରା ବିଶ୍ୱରେ ଅନେକ ଲୋକ ନିଜର କର୍ମସଂସ୍ଥାନ ହରାଉଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ରୋଜଗାର ହରାଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ଏପରି ସ୍ଥିତିରେ ଏହି ପ୍ରବାସୀ ଓ ବେରୋଜଗାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଲେ କିପରି ହୁଅନ୍ତା ? କିପରି ହୁଅନ୍ତା ଯଦି ଆମେ ଏହି ଶ୍ରମଶକ୍ତିକୁ ଆହୁରି ଦକ୍ଷ ଓ କୁଶଳୀ କରିପାରନ୍ତେ ?

ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ  ଫିକ୍କି ମହିଳା ସଂଗଠନ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ଗ୍ରାମ ତରଙ୍ଗ ସହଯୋଗିତାରେ କୋଭିଡ-୧୯ ପରର କ୍ୟାରିୟର ସମ୍ଭାବନା ଓ ସୁଯୋଗ ସଂପର୍କରେ ପରାମର୍ଶ ଦେବା ପାଇଁ ଏକ ୱେବିନାର୍ ସିରିଜ ଆରମ୍ଭ କରାଯାଇଛି । ଏହି ୱେବିନାରଗୁଡ଼ିକରେ ଶିଳ୍ପଜଗତର ବିଶେଷଜ୍ଞମାନେ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିବା ସହ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଉଛନ୍ତି । ମୁଖ୍ୟତଃ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ  ଅଭିଭାବକମାନଙ୍କୁ ଲକ୍ଷ୍ୟରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କ୍ରମରେ ପଞ୍ଚମ ୱେବିନାର୍ ଆସନ୍ତାକାଲି ଅର୍ଥାତ ୦୨ ଜୁଲାଇ ୨୦୨୦, ଗୁରୁବାର ଅପରାହ୍ଣ ୪ଟାରୁ ୫.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଏଥରର ବିଷୟବସ୍ତୁ ରହିଛି ‘ଅଟୋମ‌ୋଟିଭ୍’ ବା ଅଟୋମୋବାଇଲ୍ ଶିଳ୍ପ ସଂପର୍କିତ । ଏହି ୱେବିନାରରେ  ଷ୍ଟିଲବାର୍ଡ ଇଣ୍ଟରନ୍ୟାସନାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାନବ କପୁର ଯୋଗ ଦେଇ  ଅଟୋମୋବାଇଲ୍ ଶିଳ୍ପର ପୂର୍ବ ଏବଂ ପରବର୍ତ୍ତୀ ଦୃଶ୍ୟପଟ୍ଟ ଉପରେ ଚର୍ଚ୍ଚା କରିବା ସହ କ୍ୟାରିୟର ସମ୍ଭାବନା ଉପରେ ଆଲୋକପାତ କରିବେ। ଗ୍ରାମ ତରଙ୍ଗର ୟୁଟ୍ୟୁବ୍ ପେଜରେ ଏହାର ଲାଇଭ୍ ଷ୍ଟ୍ରିମିଂହେବ। ଏହି ୟୁଟ୍ୟୁବ୍ ଲିଙ୍କ ( ) ମାଧ୍ୟମରେ ୱେବିନାର ସହ ସଂଯୁକ୍ତ ହୋଇ ହେବ।

ଏହା ମାଧ୍ୟମରେ କୋଭିଡ-୧୯ ପରର କ୍ୟାରିୟର ସମ୍ଭାବନା ଓ ସୁଯୋଗ ସଂପର୍କରେ ବିଭିନ୍ନ ଜରୁରୀ କଥା ଜାଣିବାକୁ ଛାତ୍ରଛାତ୍ରୀମାନଙ୍କୁ ଫିକ୍କି ମହିଳା ସଂଗଠନ, ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏହି କ୍ଷେତ୍ର ଉପରେ କ୍ୟାରିୟର ସଚେତନତା ସୃଷ୍ଟି କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଫିକ୍କି ମହିଳା ସଂଗଠନ ସହାୟକ ହୋଇପାରିବ ବୋଲି  ସଂଗଠନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ୦୨ ଜୁଲାଇ ୨୦୨୦, ଗୁରୁବାର ଅପରାହ୍ଣ  ୪ଟାରେ  ୟୁଟ୍ୟୁବରେ ଗ୍ର‌ାମତରଙ୍ଗ ପେଜ୍ ଖୋଲିବାକୁ ଭୁଲନ୍ତୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe